ଆଜି ବିଧାନସଭାରେ ଆଗତ ହେବ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଧେୟକ

Oct 3, 2023 - 06:43
 3
ଆଜି ବିଧାନସଭାରେ ଆଗତ ହେବ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଧେୟକ

ଭୁବନେଶ୍ୱର: ଆଜି ବିଧାନସଭାରେ ଅତିରିକ୍ତ ବ୍ୟୟମଞ୍ଜୁରି ବିଧେୟକ ଆଗତ ହେବ। ବିଧେୟକ ଉପରେ ଗୃହରେ ସଦସ୍ୟମାନେ ଆଲୋଚନା କରିବାକୁ ଥିବା ବେଳେ ଆଜି ହିଁ ବିଧେୟକଟି ପାରିତ ହେବ। ଗତ ୨୨ ତାରିଖରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ୨୮୨୦୦ କୋଟିର ଅତିରିକ୍ତ ବଜେଟ୍‌‌ ଉପସ୍ଥାପିତ କରିଥିଲେ। ଗତ ୨୮ ତାରିଖରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଗୃହରେ ଆଲୋଚନା ହୋଇ ପାରିତ ହୋଇଥିବା ବେଳେ ୩୦ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଗୃହରେ ପାରିତ ହୋଇଥିଲା। ଏହାସହ ବଳକା ୪୦ଟି ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଗିଲୋଟିନ୍‌‌ ଜରିଆରେର ଗୃହରେ ମଞ୍ଜୁର ହୋଇଥିଲା।.