ଭୁବନେଶ୍ୱରର ମଣିପାଲ ହସ୍ପିଟାଲରେ ଆଡଲ୍ଟ ଇମୁନାଇଜେସନ କ୍ଲିନିକ ଉଦଘାଟିତ I

ନବୀନ ଓଡିଶା ବ୍ଯୂର: ଭୁବନେଶ୍ୱର: ମଣିପାଲ ହସ୍ପିଟାଲ, ଭୁବନେଶ୍ୱର ଆରମ୍ଭ କରିଛି ନୂତନ ଆଡଲ୍ଡ ଇମୁନାଇଜେସନ କ୍ଲିନିକ୍, ଫାଇଜର ଲିମିଟେଡ଼ର ସହଭାଗିତାରେ । ଏହି ପଦକ୍ଷେପ ବୟସ୍କମାନଙ୍କ ନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇ ଗ୍ରହଣ କରାଯାଇଛି । ଏହି ଉଦଘାଟନୀ ଉତ୍ସବ ଭୁବନେଶ୍ୱର ମଣିପାଲ ହସ୍ପିଟାଲର ନିର୍ଦ୍ଦେଶକ ଡଃ ଶକ୍ତିମୟ ମହାପାତ୍ରଙ୍କ ଉଦ୍ବୋଧନରୁ ଆରମ୍ଭ ହୋଇଥିଲା । ଏହାପରେ ଭୁବନେଶ୍ୱରର ମଣିପାଲ ହସ୍ପିଟାଲର ଆସୋସିଏଟ କନସଲଟାଣ୍ଟ (ସଂକ୍ରାମକ ରୋଗ) ଡଃ ଶୁଭଶ୍ରୀ ସାମନ୍ତରାୟ ବୟସ୍କ ବର୍ଗର ଲୋକମାନଙ୍କ ପାଇଁ ନିମୋକୋକାଲ ଟୀକାକରଣର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଣିପାଲ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ଡଃ ସିଦ୍ଧାର୍ଥ ମିଶ୍ର ଏବଂ ଫାଇଜର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।
ଅଭିଜ୍ଞ ପରାମର୍ଶଦାତାଙ୍କୁ ନେଇ ଗଠିତ ଏକ ପ୍ୟାନେଲରେ ଏହି ଟୀକାକରଣ ଉପରେ ଆଲୋଚନା କରାଯାଇଥିଲା:
- ଫୁସଫୁସ ରୋଗୀଙ୍କ ପାଇଁ ପ୍ରତିରୋପଣ ଆବଶ୍ୟକତା ଉପରେ ପୁଲମୋନାରୀ ମେଡିସିନ୍ ଏବଂ ସ୍ୱତନ୍ତ୍ର ଯତ୍ନ ନିଆଯିବା ଉପରେ ବରିଷ୍ଠ ପରାମର୍ଶଦାତା ଡଃ ଶରତ କୁମାର ବେହେରା ଗୁରୁତ୍ୱାରୋପ କରିଥିଲେ ।
- ଗର୍ଭବତୀ ଏବଂ ଯୁବତୀମାନଙ୍କ ପାଇଁ ଟୀକା ରଣନୀତି ଉପରେ ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ବରିଷ୍ଠ ପରାମର୍ଶଦାତା ଡକ୍ଟର ହରପ୍ରୀତ କୌର ନିଜର ମତ ପ୍ରଦାନ କରିଥିଲେ ।
- ଯାତ୍ରା କରିବା ପୂର୍ବରୁ ଏବଂ ପ୍ରତିରୋପଣକାରୀ ରୋଗୀଙ୍କ ପାଇଁ ଟୀକାକରଣର ଆବଶ୍ୟକତା ଉପରେ ଇଣ୍ଟରନାଲ ମେଡିସିନର ପରାମର୍ଶଦାତା ଡଃ ତନ୍ମୟ ସାହୁ ଆଲୋକପାତ କରିଥିଲେ ।
ବୟସ୍କ ଟୀକାକରଣର ମହତ୍ୱ:
ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ଶକ୍ତିମୟ ମହାପାତ୍ର କହିଛନ୍ତି- ବୟସ୍କ ଟୀକାକରଣକୁ ପ୍ରୋତ୍ସାହିତ କରିବା କେବଳ ରୋଗକୁ ରୋକିନଥାଏ ବରଂ ସୁସ୍ଥ ରଖିଥାଏ । ବରଂ ଆର୍ଥିକ ବିକାଶ ତଥା ସାମାଜିକ ସୁସ୍ଥତାକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । ଆମ ସମ୍ପ୍ରଦାୟକୁ ଜରୁରୀ ସେବା ଯୋଗାଇଦେବା ପାଇଁ ଭୁବନେଶ୍ୱରର ମଣିପାଲ ହସ୍ପିଟାଲରେ ଆମେ ଏକ ଆଡଲ୍ଟ ଭ୍ୟାକସିନ କ୍ଲିନିକ\' ପ୍ରତିଷ୍ଠା କରିଛୁ ।
ମେଡିକାଲ ବ୍ୟାପାର ନିର୍ଦ୍ଦେଶକ ଫିଫାଇଜର ଡକ୍ଟର ସନ୍ତୋଷ ତୌର କହିଛନ୍ତି ଯେ ମଣିପାଲ ହସ୍ପିଟାଲ ସହିତ ଆମର ମିଳିତ ସହଯୋଗ ଦ୍ୱାରା ବୟସ୍କଙ୍କ ଟୀକାକରଣ- ପ୍ରତିରୋଧକ ରୋଗ, ବିଶେଷକରି ଶ୍ୱାସନଳୀ ସଂକ୍ରମଣରୁ ସୁରକ୍ଷା ଦେବା ସହିତ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ପ୍ରତି ଆମର ଉତ୍ସୃର୍ଗତାକୁ ଆହୁରି ଦୃଢ କରୁଛି । ଏହି କ୍ଲିନିକର ସ୍ଥାପନା ଦେଶର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସମର୍ଥନ କରିବା ପାଇଁ ଆମର ପ୍ରୟାସରେ ଏକ ମାଇଲଖୁଣ୍ଟ ତିଆରି କରିଛି । ବ୍ୟବସାୟୀ ଏବଂ ରୋଗୀଙ୍କୁ ୍୍୍୍୍୍୍୍୍୍୍୍ଆବଶ୍ୟକ ଓ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବା ଏବଂ ବିଶେଷକରି ପ୍ରତିରୋପଣ ସମ୍ବନ୍ଧୀୟ ସ୍ୱାସ୍ଥ୍ୟଗତ ନିଷ୍ପତ୍ତି ନେବାରେ ସାହାର୍ଯ୍ୟ କରିବା ପାଇଁ ସୂଚନା ପ୍ରଦାନ କରିବା ହେଉଛି ଏହାର ମୂଳଲକ୍ଷ୍ୟ ।
ମଣିପାଲ ହସ୍ପିଟାଲରେ ଥିବା ଆଡଲ୍ଟ ଇମୁନାଇଜେସନ କ୍ଲିନିକ, ଭୁବନେଶ୍ୱର ବୟସ୍କମାନଙ୍କଠାରେ ବିଭିନ୍ନ ସାଧାରଣ ରୋଗ ପାଇଁ ଟୀକାକରଣ ପ୍ରଦାନ କରେ ।
ହେପାଟାଇଟସ ଏ ଏବଂ ହେପାଟାଇଟସ ବି
ଏଚପିଭି ସଂକ୍ରମଣ
ଚିକେନପକ୍ସ ଏବଂ ଭାରିସେଲା
ସିଙ୍ଗଲେସ୍ (ମିଳିମିଳା)
ଇନଫ୍ଲୁଏନଜା
ମିସେଲସ, ମମ୍ପସ ଏବଂ ରୁବେଲା
କୋଭିଡ଼-୧୯
ଟିଟାନସ୍, ଡିପଥେରିଆ ଏବଂ ପର୍ଟ୍ୟୁସିସ୍
ପିଲାବେଳେ ଟୀକା ଦ୍ୱାରା ଦିଆଯାଇଥିବା ପ୍ରତିରୋଧକ ଶକ୍ତି ବୟସକ୍ରମେ କମିଯାଏ । ତେଣୁ ବୟସ୍କମାନେ ସଂକ୍ରମଣ ଏବଂ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ତେଣୁ ଏହି ଟୀକାକରଣ ପ୍ରତିରୋଧକ ପ୍ରକ୍ରିୟାକୁ ସଂଜୀବନୀ ଭଳି କାମ ଦେବା ସହିତ ସେମାନଙ୍କର ସମ୍ଭାବ୍ୟ ଜୀବନ ପ୍ରତି ଥିବା ବିପଦରୁ ରକ୍ଷା କରିଥାଏ ।
ମଣିପାଲ ହସ୍ପିଟାଲ ସମ୍ବନ୍ଧୀୟ:
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଅଗ୍ରଦୂତ ଭାବରେ ମଣିପାଲ ହସ୍ପିଟାଲ ଗୁଡ଼ିକ ଭାରତର ସର୍ବୋଚ୍ଚ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ମଧ୍ୟରୁ ଅନ୍ୟତମ, ଯିଏ କି ୭ ନିୟୁତ ରୋଗୀଙ୍କୁ ସେବା ଯୋଗାଉଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି- ଏକ ସୁଲଭ, ଉଚ୍ଚ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା । ଆମ୍ରି ହସ୍ପିଟାଲ ଲିମିଟେଡ଼ (ସେପ୍ଟେମ୍ବର ୨୦୨୩ରେ ଅର୍ଜନ)ର ସମାପ୍ତି ସହିତ, ଇଣ୍ଟିଗ୍ରେଟେଡ଼ ନେଟୱାର୍କରେ ଆଜି ୯୫୦୦+ ଶଯ୍ୟା ବିଶିଷ୍ଟ ୧୭ଟି ସହରରେ ୩୩ଟି ଡାକ୍ତରଖାନାରେ ଏକ ପ୍ୟାନଇଣ୍ଡିଆ ଚିହ୍ନ ରହିଛି ଏବଂ ଅଭିଜ୍ଞତାପୂର୍ଣ୍ଣ ୫୦୦୦+ ଡାକ୍ତରଙ୍କୁ ନେଇ ୧୮,୬୦୦ କର୍ମଚାରୀ ନିୟୋଜିତ ରହିଛ\"ି ।
ମଣିପାଲ ହସ୍ପିଟାଲଗୁଡ଼ିକ ପୃଥିବୀର ବିଭିନ୍ନ ସ୍ଥାନରୁ ବହୁ ରୋଗୀଙ୍କ ପାଇଁ ବ୍ୟାପକ ଚିକିତ୍ସା ଏବଂ ପ୍ରତିଷେଧକ ଚିକିତ୍ସା ଯୋଗାଇଥାଏ । ମଣିପାଲ ହସ୍ପିଟାଲ ହେଉଛି ଏନଏବିଏଚ, ଏବଂ ଏଏଏଚଆରପିପି ସ୍ୱୀକୃତିପ୍ରାପ୍ତ ଅଟେ । ଏହାର ଅଧୀନରେ ଅଧିକାଂଶ ଡାକ୍ତରଖାନା ରହିଛି ଯେପରିକି ଏନଏବିଏଲ, ଇଆର, ଏବଂ ବ୍ଲଡ଼ବ୍ୟାଙ୍କ । ବିଭିନ୍ନ ଉପଭୋକ୍ତାଙ୍କ ସର୍ବେକ୍ଷଣ ପରେ ମଣିପାଲ ଡାକ୍ତରଖାନାଗୁଡ଼ିକୁ ଭାରତର ସବୁଠାରୁ ସମ୍ମାନିତ ତଥା ରୋଗୀ ପରାମର୍ଶିତ ଡାକ୍ତରଖାନାର ମାନ୍ୟତା ପ୍ରଦାନ କରାଯାଇଛି ।