ଜୁଲାଇ ୧୫ ତାରିଖରେ ମଣିପାଲ ହସ୍ପିଟାଲର ବରିଷ୍ଠ ଡାକ୍ତରଙ୍କ ଦ୍ବାରା ସ୍ବତନ୍ତ୍ର ଲିଭର କ୍ଲିନିକ୍

ନବୀନ ଓଡିଶା ବ୍ଯୂର:ଭୁବନେଶ୍ବର, ଜୁଲାଇ ୧୫: ଜୁଲାଇ ୧୫ରେ ମଣିପାଲ ହସ୍ପିଟାଲର ଲିଭର କ୍ଲିନିକ୍ ଆରମ୍ଭ ହେବାକୁ ଯାଉଛି। ଏହି ସ୍ୱତନ୍ତ୍ର କ୍ଲିନିକ୍ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି, ଜିଆଇ ସର୍ଜରୀ ଏବଂ ଯକୃତ ପ୍ରତିରୋପଣ ବିଶେଷଜ୍ଞ ପ୍ରମୁଖ ରହିବେ। ଯକୃତ ରୋଗୀମାନେ ଡାକ୍ତରଙ୍କଠାରୁ ବିଶେଷଜ୍ଞ ପରାମର୍ଶ ଗ୍ରହଣ କରିବା ସହ ରୋଗର ନିରାକରଣ ଦିଗରେ ସୁବିଧା ପାଇବେ।
ଏହି ଲିଭର କ୍ଲିନିକରେ ରୋଗୀମାନଙ୍କୁ ଡାକ୍ତରୀ ବିଶେଷଜ୍ଞ ଟିମଠାରୁ ସମ୍ପୂର୍ଣ୍ଣ ପରାମର୍ଶ ପାଇ ପାରିବେ। ଏଠାରେ ହେପାଟାଇଟିସ୍, ସିରୋସିସ୍, ଫ୍ୟାଟି ଲିଭର ରୋଗ, ଯକୃତ କର୍କଟ ଏବଂ ଯକୃତ ସମ୍ବନ୍ଧୀୟ ଅନ୍ୟାନ୍ୟ ରୋଗର ଚିକିତ୍ସା ପାଇଁ ଡାକ୍ତରୀ ବିଶେଷଜ୍ଞଙ୍କଠାରୁ ଉନ୍ନତମାନର ଚିକିତ୍ସା ପାଇବେ।
ବିଶେଷଜ୍ଞମାନଙ୍କ ତାଲିକା:
* ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ଟିମ୍: ବରିଷ୍ଠ ପରାମର୍ଶଦାତା ଡ. ପ୍ରତାପ ବେହେରା ଏବଂ ପରାମର୍ଶଦାତା ଡ. ଜ୍ଞାନରଞ୍ଜନ ରାଉତ: ଯିଏ କି ବିଭିନ୍ନ ଗ୍ୟାଷ୍ଟ୍ରୋଇନଷ୍ଟ୍ରାଇନାଲ ରୋଗର ନିର୍ଣ୍ଣୟ ଏବଂ ଚିକିତ୍ସାରେ ବ୍ୟାପକ ଅଭିଜ୍ଞପୂର୍ଣ୍ଣ। ଏହି ଡାକ୍ତରୀ ଟିମ୍ ପ୍ରତ୍ୟେକ ରୋଗକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରିବା ସହ ରୋଗୀର ଯତ୍ନ ପାଇଁ ସର୍ବଦା ପ୍ରତିବଦ୍ଧ।
* ଲିଭର ସର୍ଜନ ପରାମର୍ଶଦାତା ଡାକ୍ତର ରାଜଶେଖର କେ ଏବଂ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଏବଂ ଯକୃତ ପ୍ରତିରୋପଣ ଡାକ୍ତର ଜ୍ୟୋତିର୍ମୟ ଜେନା: ଉଭୟ ଅନେକ ଅସ୍ତ୍ରୋପଚାର କରିଥିବା ଅତ୍ୟନ୍ତ ଦକ୍ଷ ଯକୃତ ପ୍ରତିରୋପଣ ଏବଂ ଜିଆଇ ସର୍ଜନ। ଯକୃତ ପ୍ରତିରୋପଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ରୋଗୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ସେମାନେ ସର୍ବଦା ସମର୍ପିତ।
ଲିଭର କ୍ଲିନିକ୍ କାହିଁକି ଯିବା?
ٗ ଯକୃତ ସ୍ୱାସ୍ଥ୍ୟରେ ଉଚ୍ଚ ସ୍ତରୀୟ ଡାକ୍ତରୀ ବିଶେଷଜ୍ଞ ସୁବିଧା
ٗ ବ୍ୟକ୍ତିଗତ ଭାବେ ଡାକ୍ତରଙ୍କୁ ପରାମର୍ଶ କରିବା ଏବଂ ଚିକିତ୍ସା ବିଷୟରେ ବୁଝିବା।
ٗ ଯକୃତ ରୋଗର ପ୍ରାରମ୍ଭିକ ଚିହ୍ନଟ ଏବଂ ନିରାକରଣ।
‛ ବିଶେଷଜ୍ଞ ଡାକ୍ତରଙ୍କ ସହ ଯକୃତ ପ୍ରତିରୋପଣ ବିଷୟରେ ବିସ୍ତୃତ ଆଲୋଚନା କରିବାର ସୁଯୋଗ।
ଲିଭର କ୍ଲିନିକର ବିଶେଷଜ୍ଞ ଦଳ ବିଭିନ୍ନ ଲ୍ୟାବ ପରୀକ୍ଷା ଏବଂ ରେଡିଓଲୋଜିକାଲ୍ ପଦ୍ଧତି ବ୍ୟବହାର କରି ଯକୃତର ଚିକିତ୍ସା ବାବଦରେ ସୁବିଧା ଯୋଗାଇ ଦିଅନ୍ତି। ଏଠାରେ ଯକୃତ ରୋଗକୁ ଭଲ ଭାବରେ ଚିହ୍ନଟ କରିବା ସହ କୌଣସି ଦିଗକୁ ଅଣଦେଖା କରାଯାଏନାହିଁ।