ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ଆରମ୍ଭ ହୋଇଛି କୋକ୍ଲିୟର ଇମ୍ପ୍ଲାଣ୍ଟ କ୍ଲିନିକ

Jul 24, 2024 - 17:34
 13
ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ଆରମ୍ଭ ହୋଇଛି କୋକ୍ଲିୟର ଇମ୍ପ୍ଲାଣ୍ଟ କ୍ଲିନିକ

ନବୀନ ଓଡିଶା ବ୍ଯୂର: ଭୁବନେଶ୍ୱର:  ମଣିପାଲ ହସ୍ପିଟାଲ ଭୁବନେଶ୍ୱର  ଡକ୍ଟର ମନୋଜ କୁମାର ଲାଥଙ୍କ ନେତୃତ୍ୱରେ ନୂତନ କୋକ୍ଲିୟର କ୍ଲିନିକର ଶୁଭାରମ୍ଭ ଘୋଷଣା କରିଛି । ଯାହାକି  ଜୁଲାଇ ୨୪ ତାରିଖଠାରୁ ଆରମ୍ଭ ହୋଇଛି ।  ଏହି କ୍ଲିନିକ  କେବଳ ବୁଧବାର ଦିନ ୩ଘଟିକାରୁ ସନ୍ଧ୍ୟା ୫ଘଟିକା ପର୍ଯ୍ୟନ୍ତ ଖୋଲାରହିବ । ଗୁରୁତର ଶ୍ରବଣ ଶକ୍ତି ହରାଇଥିବା  ଲୋକଙ୍କ ପାଇଁ ଏହି କ୍ଲିନିକ ଉନ୍ନତ ମାନର ଶ୍ରବଣ ସମସ୍ୟାର ସମାଧାନ ପ୍ରଦାନ କରିବ ।
ଡକ୍ଟର ମନୋଜ କୁମାର ଲାଥ୍ (ଏମବିବିଏସ୍‌, ଏମସ୍‌), ଇଏନଟି, ଥେରାପି ଏବଂ  ସ୍ନାୟୁ ପ୍ରତିକ୍ରିୟା ଟେଲିମେଟ୍ରି (ଏନଆରଟି) ର ବିଶେଷଜ୍ଞ)ଏହି  କ୍ଲିନିକର ମୁଖ୍ୟ ରହିବେ । ଏହାସହିତ ଅଡ଼ିଟୋରୀ-ଭର୍ବାଲ ଥେରାପି ଉପରେ  ଗୁରୁତ୍ୱ ଦେଉଥିବା ଅଭିଜ୍ଞ ସ୍ପିଚ୍ ଥେରାପିସ୍‌ଟ ଏବଂ ଅଡ଼ିଓଲୋଜିଷ୍ଟ ଏକ ଦଳ ତାଙ୍କୁ ସହଯୋଗ କରିବେ । ମିଳିତ ଭାବରେ ସେମାନେ ପ୍ରତ୍ୟେକ ରୋଗୀଙ୍କ ପାଇଁ ବିସ୍ତୃତ ଏବଂ ବ୍ୟକ୍ତିଗତ ଭାବେ ଯତ୍ନ  ନେବାର ଲକ୍ଷ୍ୟ ରଖିଛନ୍ତି ।

 କୋକ୍ଲିୟର ଇମ୍ପ୍ଲାଣ୍ଟ କ୍ଲିନିକରେ ଆଉ କ’ଣ ସୁବିଧା ମିଳିପାରିବ:-
ବିଶେଷଜ୍ଞ ଯତ୍ନ:- ଡକ୍ଟର ମନୋଜ କୁମାର ଲାଥ୍ (ଏମବିବିଏସ୍‌, ଏମସ୍‌-ଇଏନଟି) ଏହି କ୍ଲିନିକର ନେତୃତ୍ୱ ନେଉଛନ୍ତି । ତାଙ୍କର ଇଏନଟି ଏବଂ ନ୍ୟୁରାଲ ରେସପନ୍ସ ଟେଲିମେଟ୍ରି (ଏନଆରଟି)କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା  ରହିଛି ।
ଉନ୍ନତମାନର ସେବା: ରୋଗୀମାନଙ୍କ  ସର୍ବୋତ୍କୃଷ୍ଟ ସେବା ପ୍ରଦାନ କରିବାକୁ ଯାଇ  ଡାଇଗ୍ନୋଷ୍ଟିକ ମୂଲ୍ୟାଙ୍କନ, ପ୍ରତିରୋପଣ ସର୍ଜିକାଲ ପଦ୍ଧତି ଏବଂ ପୋଷ୍ଟ ଅପରେଟିଭ ରିହାବଲେସନ(  ଅସ୍ତ୍ରୋପଚାର ପରେ ରୋଗୀକୁ ପୁନଃବସ୍ଥାକୁ ଫେରାଇ ଆଣିବା ପାଇଁ ଅନ୍ୟାନ୍ୟ ସେବା , ଯେପରି ବ୍ୟାୟାମ, ସ୍ୱତନ୍ତ୍ର ଯତ୍ନ ଇତ୍ୟାଦି) ପ୍ରଦାନ କରାଯିବ ।
ଉନ୍ନତମାନର ଯତ୍ନପାତି: ପ୍ରଭାବଶାଳୀ ଏବଂ ନିର୍ଭରଯୋଗ୍ୟ ଶ୍ରବଣ ସମାଧାନ ପ୍ରଦାନ କରିବାକୁ  ଅତ୍ୟାଧୁନିକ କୋକ୍ଲିୟର ପ୍ରତିରୋପଣ ପ୍ରଯୁକ୍ତିକୁ ଆମେବ୍ୟବହାର କରୁ ।
ବ୍ୟକ୍ତିଗତ ଯତ୍ନ: ଆମର ଟିମ୍ ପ୍ରତ୍ୟେକ ରୋଗୀର ଅନନ୍ୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍ୱତନ୍ତ୍ର ଚିିକିତ୍ସା ପ୍ରସ୍ତୁତ କରିବା ସହିତ ବ୍ୟକ୍ତିଗତ ସହାୟତା ପ୍ରଦାନ କରୁଛୁ ।
ଡକ୍ଟର ମନୋଜ କୁମାର ଲାଥ୍ କହିଛନ୍ତି - ‘ଶ୍ରବଣ ଦୁର୍ବଳ  ବ୍ୟକ୍ତିଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କୋକ୍ଲିୟର ଇମ୍ପ୍ଲାଣ୍ଟ କ୍ଲିନିକ ଏକ ମିଶନ ଭାବେ କାମ କରିବ । ଆମେ ରୋଗୀମାନଙ୍କୁ ଧ୍ୱନି ଜଗତକୁ ଅନୁଭବ କରିବାରେ ସାହାଯ୍ୟ କରିବା ପାଇଁ ସ୍ୱତନ୍ତ୍ର ଭାବେ ଯତ୍ନ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଯନ୍ତ୍ରପାତି ଯୋଗାଇବା ପାଇଁ ଉତ୍ସର୍ଗୀକୃତ ।
କୋକ୍ଲିୟର ଇମ୍ପ୍ଲାଣ୍ଟ କ୍ଲିନିକ ସମୟ: ପ୍ରତ୍ୟେକ ବୁଧବାର- ୩.୦୦ ଘଟିକାରୁ ୫.୦୦ଘଟିକା
ମଣିପାଲ ହସ୍ପିଟାଲ ବିଷୟରେ:
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଅଗ୍ରଦୂତ ଭାବରେ ମଣିପାଲ ହସ୍ପିଟାଲ ଗୁଡ଼ିକ ଭାରତର ସର୍ବୋଚ୍ଚ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ମଧ୍ୟରୁ ଅନ୍ୟତମ, ଯିଏ କି ୭ ନିୟୁତ ରୋଗୀଙ୍କୁ ସେବା ଯୋଗାଉଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି- ଏକ ସୁଲଭ, ଉଚ୍ଚ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା । ଆମ୍ରି ହସ୍ପିଟାଲ ଲିମିଟେଡ଼ (ସେପ୍ଟେମ୍ବର ୨୦୨୩ରେ ଅର୍ଜନ)ର ସମାପ୍ତି ସହିତ, ଇଣ୍ଟିଗ୍ରେଟେଡ଼ ନେଟୱାର୍କରେ ଆଜି ୯୫୦୦+ ଶଯ୍ୟା ବିଶିଷ୍ଟ ୧୭ଟି ସହରରେ ୩୩ଟି ଡାକ୍ତରଖାନାରେ ଏକ ପ୍ୟାନଇଣ୍ଡିଆ ଚିହ୍ନ ରହିଛି ଏବଂ ଅଭିଜ୍ଞତାପୂର୍ଣ୍ଣ ୫୦୦୦+ ଡାକ୍ତରଙ୍କୁ ନେଇ ୧୮,୬୦୦ କର୍ମଚାରୀ ନିୟୋଜିତ ରହିଛନ୍ତି ।
ମଣିପାଲ ହସ୍ପିଟାଲଗୁଡ଼ିକ ପୃଥିବୀର ବିଭିନ୍ନ ସ୍ଥାନରୁ ବହୁ ରୋଗୀଙ୍କ ପାଇଁ ବ୍ୟାପକ ଚିକିତ୍ସା ଏବଂ  ପ୍ରତିଷେଧକ ଚିକିତ୍ସା ଯୋଗାଇଥାଏ । ମଣିପାଲ ହସ୍ପିଟାଲ ହେଉଛି ଏନଏବିଏଚ, ଏବଂ ଏଏଏଚଆରପିପି ସ୍ୱୀକୃତିପ୍ରାପ୍ତ ଅଟେ । ଏହାର ଅଧୀନରେ ଅଧିକାଂଶ ଡାକ୍ତରଖାନା ରହିଛି ଯେପରିକି ଏନଏବିଏଲ, ଇଆର, ଏବଂ ବ୍ଲଡ଼ବ୍ୟାଙ୍କ । ବିଭିନ୍ନ  ଉପଭୋକ୍ତାଙ୍କ ସର୍ବେକ୍ଷଣ ପରେ ମଣିପାଲ ଡାକ୍ତରଖାନାଗୁଡ଼ିକୁ ଭାରତର  ସବୁଠାରୁ ସମ୍ମାନିତ ତଥା ରୋଗୀ ପରାମର୍ଶିତ ଡାକ୍ତରଖାନାର ମାନ୍ୟତା ପ୍ରଦାନ କରାଯାଇଛି ।