ଓଡିଶାରେ ରାହୁଲ

#rahulgandhi #odisha #bhubaneswar #nabinodishapanel

Jul 11, 2025 - 17:41
 2
ଓଡିଶାରେ ରାହୁଲ
ଓଡିଶାରେ ରାହୁଲ

ନବୀନ ଓଡିଶା : ଓଡ଼ିଶା ଆସିଛନ୍ତି ରାହୁଲ ଗାନ୍ଧୀ । ଆଉ ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିବା ବିଶାଳ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇଛନ୍ତି ।  ଏଥି ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜଣେ ଆଇଜି ଓ ୨ ଡିଆଇଜି ରୢାଙ୍କର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଡିସିପି ରଣଙ୍କର ୪ ଜଣ, ଏଡିସିପି ରୢାଙ୍କର ୧୦ଜଣ ଓ ଏସ୍ପି ରୢାଙ୍କର ୨୫ ଜଣ ଅଧିକାରୀ ଦାୟିତ୍ବରେ ରହିବେ। ଏହାଛଡ଼ା  ଇନ୍ସପେକ୍ଟର ରଜ୍ଝଣଙ୍କର ୩୫, ୧୭୦ ଏସ୍ଆଇ/ଏଏସ୍ଆଇ, ୨୧୨ ଏସ ଆଇ, ଏଏସ୍ ଆଇ, ୧୫୮ ଜଣ ହାବିଲଦାର, ୯୪ ଜଣ ଏପିଆର୍ କନେଷ୍ଟବଳ ବି ନିୟୋଜିତ ହେବେ। ମୋଟ ୫୩ ପ୍ଲାଟୁନ ପୁଲିସ ଫୋର୍ସ, ଏସ୍ଟିୟୁ, ଡଗ୍ ସ୍କାଡ୍, ବୋମା ନିଷ୍କ୍ରିୟ କାରୀ ଟିମ୍ ମୁତୟନ ହେବେ। ୧୧୧ ଜଣ ମହିଳା କନେଷ୍ଟବଳ ଓ ୯୪ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିଥିଲେ ।  

ଋାହୁଲ କହିଛନ୍ତିି ବିଜେପି ପୂରା ଦେଶରେ ସମ୍ୱିଧାନ ଉପରେ ଆକ୍ରମଣ କରୁଛି । ମହାରାଷ୍ଟ୍ର ଭଳି ବିାହରରେ ନିର୍ବାଚନ ଚୋରି କରିବାକୁ ପ୍ରୟାସ କରାଯାଉଛି । ଆଉ ଏଥିପାଇଁ ନିର୍ବାଚନ କମିସନ ନୂଆ ଷଡଯନ୍ତ୍ର ରଚିଛନ୍ତି । ନିଜ କାମ ଛାଡି଼ ସେ ବିଜେପି କାମ କରୁଛନ୍ତି । ମହାରାଷ୍ଟ୍ରରେ ବିଧାନସଭା ଓ ଲୋକସଭା ନିର୍ବାଚନ ଭିତରେ ୧ କୋଟି ନୂଆ ଭୋଟର ଆସିଗଲେ । ଆଜି ଯାଏଁକେହି ଜାଣିନାହାନ୍ତି ସେ ଭୋଟର କେଉଁଠୁ ଆସିଲେ । ଆମେ ନିର୍ବାଚନ କମିସନଙ୍କୁ ଭୋଟର ଲିଷ୍ଟ ମାଗି ସାରିଛୁ । ଆଉ ଏହି ଚୋରି ଏବେ ବିହାରରେ କରିବାକୁ ଯାଉଛି ବିଜେପି ବୋଲି କହିଛନ୍ତି ରାହୁଲ ଗାନ୍ଧୀ । 

ରାହୁଲ ଆହୁରି କହିଛନ୍ତି, ଓଡ଼ିଶାରେ ଏବେ ବିଜେପିର ମଡେଲ । ଏଠାରେ ୫ରୁ ୬ କମ୍ପାନିଙ୍କୁ ଆପଣଙ୍କ ସମ୍ପତ୍ତି ଦେଉଛନ୍ତି ସରକାର । ମୁଁ ଚାଷୀ, ଗରିବ, ମହିଳାଙ୍କୁ ଭେଟିଛି ତାଙ୍କ ଦୁଃଖ ଶୁଣିଛି । ଜଳ, ଜଙ୍ଗଲ, ମାଟି ଆଦାବିସୀଙ୍କର ଅଛି ଆଉ ରହିବ । ଏଠାରେ ଆଦିବାସୀଙ୍କୁ ନପଚାରି ଜମି ଛଡ଼ାଇନିଆଯାଏ ତାଙ୍କୁ ପଟ୍ଟା ଦିଆଯାଏ ନାହିଁ । କଂଗ୍ରେସ ଦଳ ପେସା ଆଇନ ଆଣିଛି, ଆଦିବାସୀ ବିଲ୍ ଆଣିଛି । ଏହି ବିଲ୍ ଆମେ ଲାଗୁ କରି ଆଦିବାସୀଙ୍କୁ ତାଙ୍କ ହକ୍ ଦେବୁ ।  
ଏହାର କଡା ଜବାବ ଦେଇଜ୍ଝଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ମିଶ୍ର କହିଛନ୍ତି, ସମ୍ବିଧାନକୁ ଆମେ ବଞ୍ଚାଉଛୁ। କଂଗ୍ରେସ ସମ୍ବିଧାନକୁ ଧର୍ଷଣ କରିଥିଲା। ଧାରା ୩୭୦ ଲଗାଇ ରାଜ୍ୟରାଜ୍ୟ ଭିତରେ ପ୍ରାର୍ଥକ୍ୟ ଆଣିଥିଲା।

ଆମେ ଏହି ଧାରା ଉଠାଇ ଏଥିରେ ସମାନତା ଆଣିଛୁ। ସ୍ୱଧୀନତା ପରେ କଂଗ୍ରେସ ସରକାର ସମୟରେ କେତେ ଶିଳ୍ପପତି ସୃଷ୍ଟି ହୋଇଥିଲେ। ଶିଳ୍ପପତି ସୃଷ୍ଟି ହେବା ଆବଶ୍ୟକ। ଶିଳ୍ପ ଅଭିବୃଦ୍ଧି ନ ଘଟିଲେ ଗୋଟେ ଦେଶର ଅଭିବୃଦ୍ଧି କେମିତି ହେବ। ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଆଦାନୀକୁ ସେମାନେ କେତେ କାମ ଦେଇଛନ୍ତି, ସେକଥା କୁହନ୍ତୁ ।

ରାହୁଲ ଭାଷଣ ଟିକେଟିକେ କହି ଶିଖିବାରୁ ତାଙ୍କୁ ଧନ୍ୟବାଦ। କିନ୍ତୁ ତାଙ୍କର ଭାଷଣରେ ତଥ୍ୟ ରହୁନାହିଁ ନାହିଁ।ଗୋଟେ ଅପରିପକ୍ୱ, ପଂଚାୟତସ୍ତରର ନେତା ଭାଷଣ ଦେଲାଭଳି ଲାଗିଲା। ଏକ ସରପଞ୍ଚ ନିର୍ବାଚନ ସଭା ଭଳି ଲାଗିଲା। କଂଗ୍ରେସ ଶାସିତ ରାଜ୍ୟରେ ଚାଷୀଙ୍କ କେଉଁଠି ଧାନ ବିକିବା ବାବଦରେ ଟଙ୍କା ଦେଇଛନ୍ତି। ଆମ ସରକାର ଇନପୁଟ ସବସିଡି ବାବଦରେ ୮୦୦ ଟଙ୍କା ଦେଉଛନ୍ତି। କଂଗ୍ରେସ ଶାସିତ ରାଜ୍ୟରେ କେଉଁଠି ଦିଆଯାଉଛି? ସୁଭଦ୍ରା ଟଙ୍କା ମାଧ୍ୟମରେ ମହିଳାଙ୍କୁ ସଶକ୍ତୀକରଣ କରାଯାଇଛି। ବର୍ତ୍ତମାନ ରାସ୍ତା ୟୁରୋପିଅନ ଦେଶ ଭଳି ହୋଇଛି, କଂଗ୍ରେସ ସମୟରେ କାହିଁ ଏମିତି ରାସ୍ତା ନଥିଲା।