ମଣିପାଲ ହସ୍ପିଟାଲରେ ହାଇପୋପ୍ଲାଷ୍ଟିକ୍ ରାଇଟ୍ ହାର୍ଟ ସିଣ୍ଡ୍ରୋମ୍ ରୋଗର ସଫଳ ଅସ୍ତ୍ରୋପଚାର: ସୁସ୍ଥ ହେଲା ୭ ଦିନର ନବଜାତ ଶିଶୁ

Jun 25, 2024 - 22:02
 16
ମଣିପାଲ ହସ୍ପିଟାଲରେ ହାଇପୋପ୍ଲାଷ୍ଟିକ୍ ରାଇଟ୍ ହାର୍ଟ ସିଣ୍ଡ୍ରୋମ୍ ରୋଗର ସଫଳ ଅସ୍ତ୍ରୋପଚାର: ସୁସ୍ଥ ହେଲା ୭ ଦିନର ନବଜାତ ଶିଶୁ

ନବୀନ ଓଡିଶା ବ୍ଯୂର:ଭୁବନେଶ୍ୱର: ମଣିପାଲ ହସ୍ପିଟାଲରେ ହେଲା ଏକ ବିରଳ ରୋଗର ଚିକିତ୍ସା। ସଫଳ ଅସ୍ତ୍ରୋପଚାର ପରେ ଜଣେ ଦିନର ନବଜାତ ଶିଶୁ ପାଇଲା ନୂତନ ଜୀବନ। ଉକ୍ତ ଦିନର ନବଜାତ ଶିଶୁଟି ହାଇପୋପ୍ଲାଷ୍ଟିକ୍ ରାଇଟ୍ ହାର୍ଟ ସିଣ୍ଡ୍ରୋମ୍ ଭଳି ଏକ ବିରଳ ରୋଗରେ ପୀଡିତ ଥିଲା। ଏହି ରୋଗ ହେଲେ ହୃତପିଣ୍ଡ ଫୁସଫୁସକୁ ହେଉଥିବା ରକ୍ତ ପ୍ରବାହ ସଠିକ୍ ଭାବରେ ହୋଇପାରେ ନାହିଁ। ଶିଶୁଟି ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ଓଜନ . କେଜି ଥିବା ସହ ତା ଶରୀରରେ ୬୫% ଅମ୍ଳଜାନ ସ୍ତର ଥିବା ବେଳେ ଏସିଡୋସିସ୍ ରହିଥିଲା। ଅସ୍ତ୍ରୋପଚାର ସଫଳ ହେବା ପରେ ଅମ୍ଳଜାନ ସ୍ତର ୯୫%କୁ ଅଣା ଯାଇଥିଲା, ଯାହା କି ଦୁଇ ମାସର ଚିକିତ୍ସା ପରେ ୯୮%କୁ ବୃଦ୍ଧି ପାଇଥିଲା।

ପ୍ରଥମେ ଶିଶୁକୁ ଔଷଧ ଦେଇ ସ୍ୱାସ୍ଥ୍ୟବସ୍ଥାକୁ ସ୍ଥିର ରଖାଯାଇଥିଲା। ଏହା ପରେ ଏକ ଚିକିତ୍ସା ପଦ୍ଧତି ବେଲୁନ୍ ପଲମୋନାରୀ ଭାଲଭୋଟୋମି ଏବଂ ପିଡିଏ ଷ୍ଟେଣ୍ଟିଂ କରାଯାଇଥିଲା, ଯାହାଦ୍ୱାରା ହୃଦ୍ କ୍ରିୟାରେ ଉନ୍ନତି ଆସିଥିଲା।

ମଣିପାଲ ହସ୍ପିଟାଲର କାର୍ଡିଓଲୋଜି ବିଭାଗର ପରାମର୍ଶଦାତା ଡ଼l ଦିବ୍ୟ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଅସ୍ତ୍ରୋପଚାର ପାଇଁ ଏକ କାଡିଓଲୋଜି ଟିମ୍ ଗଠିତ ହୋଇଥିଲା। ଏଥିରେ ନିଓନାଟୋଲୋଜି ଟିମର ନେତୃତ୍ୱ ନେଇଥିଲେ ଡ଼l ଅଭିଲିପ୍ସା ଆଚାର୍ଯ୍ୟ ଡ଼l ଜାନକୀ ଏବଂ କାର୍ଡିଆକ ଆନାସ୍ଥେସିଓଲୋଜିଷ୍ଟ ଡ଼l ବିବେକ ଚୌଧୁରୀ ଡ଼l ବ୍ରଜ ମୋହନ ରଥ ପ୍ରମୁଖ ସାମିଲ ଥିଲେ। ଏହି ଅବସରରେ ଡ଼l ଦିବ୍ୟ ରଞ୍ଜନ ବେହେରା କହିଛନ୍ତି, ହାଇପୋପ୍ଲାଷ୍ଟିକ୍ ରାଇଟ୍ ହାର୍ଟ ସିଣ୍ଡ୍ରୋମ୍ ଏକ ବିରଳ ରୋଗ। ଠିକ୍ ସମୟରେ ଚିହ୍ନଟ କରି ଚିକିତ୍ସା କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ଅନେକ ହସ୍ପିଟାଲ ମାନଙ୍କ ମଧ୍ୟରୁ ମଣିପାଲ ହସ୍ପିଟାଲ ଅନ୍ୟତମ, ଯାହା ବାର୍ଷିକ ନିୟୁତରୁ ଅଧିକ ରୋଗୀଙ୍କୁ ସେବା ପ୍ରଦାନ କରିଥାଏ। ଭୁବନେଶ୍ୱରସ୍ଥିତ ମଣିପାଲ ହସ୍ପିଟାଲର କାର୍ଡିଓଲୋଜି ବିଭାଗ ବିଭିନ୍ନ ପ୍ରକାର ହୃଦ୍ ରୋଗ ଚିହ୍ନଟ କରିବା ଏବଂ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ପାଇଁ ରୋଗର ଚିକିତ୍ସା ପାଇଁ ଜଣାଶୁଣା। ଏହା ମଲ୍ଟିସ୍ପେସିଆଲିଟି କେୟାର ମାଧ୍ୟମରେ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟ ରଖିଛି।