ସୋସିଆଲ ମିଡିଆରେ ଚରିତ୍ର ସଂହାର ଅଭିଯୋଗ ଆଣିଲେ ବର୍ଷା

କଟକ: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ବୁଧବାର କଟକ ଏସଡିଜେଏମଙ୍କ କୋର୍ଟରେ ପାରିବାରିକ ହିଂସା ମାମଲାର ଶୁଣାଣି ଶେଷ ହୋଇଛି । ଶୁଣାଣି ସମୟରେ ଉଭୟ କୋର୍ଟରେ ହାଜର ହୋଇଥିବାବେଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜେରା କରାଯାଇଥିଲା। ଅନୁଭବଙ୍କ ଓକିଲ ବର୍ଷାଙ୍କୁ ୧୦ ଟି ପ୍ରଶ୍ନ ପଚାରିଥିଲେ । ବର୍ଷା ମଧ୍ୟ ଜେରାରେ ସାହାଯ୍ୟ କରିଥିବାବେଳେ ଏହି ସମସ୍ତ ପ୍ରକ୍ରିୟା କ୍ୟାମେରାରେ ରେକର୍ଡ କରାଯାଇଥିଲା । ପ୍ରାୟ ୨ ଘଣ୍ଟା ଯାଏଁ ବର୍ଷାଙ୍କୁ ଜେରା କରିଥିଲେ ଅନୁଭବଙ୍କ ଓକିଲ । ଏନେଇ ବର୍ଷାଙ୍କ ଓକିଲ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ବର୍ଷା କୋର୍ଟରେ ଆଉ ଗୋଟିଏ ପିଟିସନ ଦାଖଲ କରିଛନ୍ତି । କଟକ ଏସଡିଜେଏମଙ୍କ ଅଦାଲତରେ ବର୍ଷା ରୁଜୁ କରିଥିବା ପାରିବାରିକ ହିଂସା ମାମଲାର ଆଜି ବର୍ଷା ଜେରାର ସମ୍ମୁଖୀନ ହୋଇଛନ୍ତି । ସେପଟେ ଅଦାଲତରେ ବର୍ଷା ଆଜି ଏକ ନୂଆ ପିଟିସନ ଦାଖଲ କରିଛନ୍ତି । ସୋସିଆଲ ମିଡିଆରେ ଅନୁଭବ ବିଭିନ୍ନ ପ୍ରକାର ପୋଷ୍ଟ କରି ତାଙ୍କର ଚରିତ୍ର ସଂହାର କରୁଥିବା ନେଇ ବର୍ଷା ପିଟିସନରେ ଉଲେଖ କରିଛନ୍ତି । ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ବର୍ଷା କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ପରବର୍ତ୍ତୀ ତାରିଖରେ କୋର୍ଟ ଏହାର ରାୟ ଦେବେ ବୋଲି ଜଣାପଡିଛି । ସେପଟେ ବର୍ଷା ରୁଜୁ କରିଥିବା ପାରିବାରିକ ହିଂସା ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ ତାରିଖକୁ ଧାର୍ୟ୍ୟ ହୋଇଛି। ସେହିଦିନ ମଧ୍ୟ ଉଭୟ ଅନୁଭବ ଓ ବର୍ଷା କୋର୍ଟରେ ହାଜର ହେବେ ।