ଦଶମ ଓ ଦ୍ୱାଦଶ ଶ୍ରେଣୀ ୨ଥର ବୋର୍ଡ ପରୀକ୍ଷା

Aug 24, 2023 - 08:10
 0
ଦଶମ ଓ ଦ୍ୱାଦଶ ଶ୍ରେଣୀ ୨ଥର ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ : ଏବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବର୍ଷକୁ ୨ଥର ହେବ । ବୁଧବାର କେନ୍ଦ୍ର ସରକାର ଶିକ୍ଷା ବ୍ୟବସ୍ଥାରେ କିଛି ପରିବର୍ତ୍ତନ କରିଛନ୍ତି । ୨୦୨୪ ସିବିଏସ୍‌ଇ ପାଠ୍ୟଖସଡା ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ । ଯେଉଁ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଅଧିକା ନମ୍ବର ରଖିଥିବେ ତାହାକୁ ହିଁ ଗ୍ରହଣ କରାଯିବ । ସେହିପରି ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ୨ଟି ଭାଷା ଶିକ୍ଷା ଦିଆଯିବ । ଏଥିରେ ଭାରତୀୟ ଭାଷା ସହିତ ବିଷୟ ଚୟନ ପାଇଁ କୌଣସି କଟକଣା ରହିବ ନାହିଁ । କଳା, ବାଣିଜ୍ୟ ଓ ବିଜ୍ଞାନ ଅଧୟନ କରୁଥିବା ଛାତ୍ରଛାତ୍ରୀ ନିଜ ପସନ୍ଦର ବିଷୟ ଅଧୟନ କରିପାରିବେ । ପାଠ୍ୟପୁସ୍ତକ ଗୁଡିକର ମୂଲ୍ୟ ମଧ୍ୟ ହ୍ରାସ କରାଯିବ । ଛାତ୍ରଛାତ୍ରୀଙ୍କର ଚାହିଁବାନୁସାରେ ସେମାନଙ୍କୁ ସ୍ୱତନ୍ତ୍ର ଶିକ୍ଷା ଦିଆଯିବ । ସ୍କୁଲ ଓ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତନ ଆଗକୁ ହେବ ବୋଲି ସୂଚନା ମିଳିଛି ।