ବଢିପାରେ ମହଙ୍ଗା ଭତ୍ତା

Oct 18, 2023 - 09:03
 5
ବଢିପାରେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ବସିବ । ବୈଠକରେ ଡିଏ ବା ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଷ୍ପତ୍ତି ନିଆଯାଇପାରେ । ସୂଚନା ଅନୁସାରେ ମୋଦି କ୍ୟାବିନେଟ କେନ୍ଦ୍ରୀୟ କର୍ମଚାରୀଙ୍କ ଏବଂ ପେନସରଧାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିପାରନ୍ତି । ୪ ପ୍ରତିଶତ ମହାଙ୍ଗା ଭତ୍ତା ବଢିପାରେ ବୋଲି ବିଶେଷ ସୁତ୍ରରୁ ସୂଚନା ମିଳିଛି । ୪ ପ୍ରତିଶତ ବଢି ଏହଂ ୪୬ ପ୍ରତିଶତ ହେବାର ସମ୍ଭାବନା ରହିଛି । ଆଜି ପୂର୍ବାହ୍ନ ୧୦ଟା ୩୦ରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଛି । ବୈଠକ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଷ୍ପତ୍ତି ନିଆଯାଇପାରେ ।