କଟକ ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ

Sep 29, 2023 - 05:47
 5
କଟକ ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ

କଟକ : କଟକ ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ। ଶୁକ୍ରବାର ସକାଳୁ ଏକ ଲୁଗା ଦୋକାନରେ ନିଆଁ ଲାଗିଯାଇଛି। ଦୋକାନଟି ହୁତୁହୁତୁ ହୋଇ ଜଳି ଯାଇଛି। ଖବର ପାଇ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁ ଲିଭା କାର୍ୟ୍ୟ ଜାରି ରଖିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି।

ଆଜି ସକାଳେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଲୁଗା ଦୋକାନରେ ନିଆଁ ଲାଗିଯାଇଥିଲା। ପରେ ନିଆଁଟି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ମହଲାକୁ ବ୍ୟାପି ଯାଇଥିଲା। ନିଆଁ ବ୍ୟାପିବା ପୂର୍ବରୁ ଉପରେ ରହୁଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟ ବିଲ୍ଡିକୁ ଯେପରି ନିଆଁ ନ ବ୍ୟାପିବ ସେନେଇ ଅଗ୍ନିଶମ ବାହିନୀ ଉଦ୍ୟମ ଚଳାଇଛନ୍ତି।

ଅନ୍ୟ ପକ୍ଷରେ ପ୍ରବଳ ଧୂଆଁ ବାହାରୁ ଥିବାରୁ ଭିତରକୁ ଯାଇ ନିଆଁ ଲିଭାଇବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ବିଲ୍ଡିଂରେ ଲାଗିଥିବା କାଚକୁ ଭାଙ୍ଗି ସିଡ଼ି ଦ୍ୱାରା ଚଢ଼ି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ନିଆଁରେ ଲାଗି ଦୋକାନରେ ଥିବା ଜିନିଷ ପତ୍ର ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।