ଲୈଲା ରାଓଙ୍କ ସହିତ ବ୍ୟବସାୟ କରିବା ପାଇଁ ଲୋକମାନଙ୍କୁ ଉତ୍ସାହିତ କରରୁଥିବା ଭିଡିଓ ଫ୍ରଡ୍
Laila Rao fraud

ଭୁବନେଶ୍ୱର:କିଛି ଦିନ ହେବ ଆପଣମାନେ ସାମାଜିକ ଗଣମାଧ୍ୟମରେ ଗୋଟିଏ ନାମ ବାରମ୍ବାର ଶୁଣିବାକୁ ପାଉଥିବେ । ସେହି ନାମ ଟି ହେଉଛି ଲୈଲା ରାଓ । ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିମାନେ ଲୈଲା ରାଓଙ୍କ ଫଣ୍ଡରେ ନିବେଶ କରିବା ପାଇଁ ଲୋକମାନଙ୍କୁ ଉତ୍ସାହିତ କରୁଛନ୍ତି । ଏହି ପ୍ରତିଷ୍ଠିତ ଲୋକଙ୍କ ମଧ୍ୟରେ ରହିଛନ୍ତି ଭାରତିର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ, ସୁନାମଧନ୍ୟ ପ୍ରବଚକ ସଦ୍ଗୁରୁ, ଅନେକ ବଲିଉଡ୍ ସେଲିବ୍ରିଟି । ସମସ୍ତେ ଲୈଲାଙ୍କ ସଫଳ ବ୍ୟବସାୟିକ ପ୍ରତିଷ୍ଠାନରେ ନିବେଶ କରି ସମସ୍ତଙ୍କୁ ଧନୀ ହେବାର ସୁଯୋଗ ନେବାକୁ କହୁଛନ୍ତି ଏବଂ ଲୈଲାଙ୍କୁ ପ୍ରଶଂସା କରୁଛନ୍ତି । ତେବେ ଏହି ଭିଡିଓଟି ସମ୍ପୂର୍ଣ୍ଣ ନକଲି ବୋଲି ଜଣାପଡିଛି । ଏହା ଏକ ଫାଇନାନସିଆଲ ଫ୍ରଡ୍ । ଯେଉଁଥିରେ ସେଲିବ୍ରିଟି ବା ନିର୍ଭରଯୋଗ୍ୟ ବ୍ୟକ୍ତି ବିଶେଷମାନଙ୍କର ମୁହଁରୁ ଲୈଲାଙ୍କର ଅତ୍ୟନ୍ତ ପ୍ରଶଂସା ଶୁଣିବାକୁ ମିଳୁଛି । ଏହି ସେଲିବ୍ରିଟିମାନେ ସେମାନଙ୍କର ଲୈଲାଙ୍କ ଉପରେ ଅନେକ ବିଶ୍ୱାସ ରହିଛି ଏବଂ ଲୋକଙ୍କ ଅର୍ଥ ଲୈଲାଙ୍କ ବ୍ୟବସାୟରେ ନିବେଶ ହେଲେ ସୁରକ୍ଷିତ ଭାବରେ ଲାଭ ହେବ ବୋଲି କହୁଥିବା ଦେଖିବାକୁ ମିଳୁଛି । ତେବେ ଏହି ଭଡିଓ ଟି ସମ୍ପୂର୍ଣ୍ଣ ଫ୍ରଡ ବୋଲି ଜଣାପଡିଛି ।