ଆକସ୍କାକ୍ ବିପି ଲୋ ହୋଇଯାଉଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

Aug 24, 2023 - 08:31
 3
ଆକସ୍କାକ୍ ବିପି ଲୋ ହୋଇଯାଉଛି କି ?  ଆପଣାନ୍ତୁ ଏହି ଘରୋଇ ଉପଚାର

ଆପଣ ପ୍ରାୟତଃ ଦୁର୍ବଳ କିମ୍ବା ମୁଣ୍ଡ ବୁଲାଉଥିବାର ଅନୁଭବ କରୁଛନ୍ତି କି। ତେବେ ସାବଧାନ ରୁହନ୍ତୁ, କାରଣ ଏହା ବିପି ଲୋର ସଙ୍କେତ ହୋଇପାରେ । ଲୋ ବିପି ଯେକୌଣସି ସମୟରେ ହୋଇପାରେ। କମ୍ ବିପି କାରଣରୁ ବ୍ରେନ୍‌ ହାମରେଜ୍‌ ହେବାର ଆଶଙ୍କା ରହିପାରେ । ଯଦି ହଠାତ୍ ବିପି ଲୋ ହୋଇଯାଉଛି। ତେବେ ଆପଣ ଏପରି ପରିସ୍ଥିତିରେ ଚିନ୍ତିତ ହେବା ପରିବର୍ତ୍ତେ, ଘରୋଇ ଉପଚାର ଗ୍ରହଣ କରନ୍ତୁ। ଯାହା ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରିବ ।

ବିପି ଲୋ ହେଲେ କଣ କରିବେ :

୧. ବିପି ଲୋ ହେଲେ ଲୁଣ ପାଣି ପିଅନ୍ତୁ । କାରଣ ସୋଡିୟମ୍‌ ଲୋ ବିପି ସନ୍ତୁଳନ କରିବାରେ ସାହାଯ୍ୟ କରେ। ଶରୀରରେ ହାଇଡ୍ରେସନ୍ ସ୍ତର ଦ୍ୱାରା ଏହି ସମସ୍ୟା ଦୂର ହୁଏ।

୨. ଯଦି ଆପଣ ଲୋ ବିପିରୁ ଆରାମ ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ଏକ କପ୍ ଷ୍ଟ୍ରଙ୍ଗ୍‌ କଫି ପିଇପାରିବେ। ଏହା ଏକ ପ୍ରଭାବଶାଳୀ ଘରୋଇ ଉପଚାର।

୩. ଗରମ କ୍ଷୀର ପିଇବା ଦ୍ୱାରା ମଧ୍ୟ ଲୋ ବିପି ସମସ୍ୟାରୁ ମୁକ୍ତି ମିଳେ।

ବିପି ଲୋ ହେବାର କାରଣ :

ଖରାପ ଜୀବନଶୈଳୀ।

ପ୍ରକ୍ରିୟାକୃତ ଖାଦ୍ୟ ଏବଂ ପାନୀୟର ଅତ୍ୟଧିକ ଗ୍ରହଣ 

ଜେନେଟିକ୍ ଉଚ୍ଚ ରକ୍ତଚାପ।

ଅତ୍ୟଧିକ ଧୂମପାନ ଓ ମଦ୍ୟପାନ।

ଲୋ ବିପିକୁ ଏଡାଇବା ପାଇଁ ଟିପ୍ସ :‌ ପ୍ରତି ମାସରେ ସ୍ୱାସ୍ଥ୍ୟ ଯାଞ୍ଚ କରନ୍ତୁ । ଏହା ଦ୍ୱାରା, ବିପିର ଅବସ୍ଥା ଜଣା ପଡିବ ଏବଂ ଚିକିତ୍ସା ଠିକ୍ ସମୟରେ କରାଯାଇପାରିବ। ଏଥିସହିତ ଖାଦ୍ୟରେ ଲୁଣର ପରିମାଣ ବଢାନ୍ତୁ । ପ୍ରତିଦିନ ବ୍ୟାୟାମ କରନ୍ତୁ।