ଚାଉଳ ଫର୍ଟିଫିକେସନ୍‌ କୌଶଳ ଶିଖିବା ପାଇଁ ଓଡ଼ିଶାରେ ନାଇଜେରିଆ ଟିମ୍‌

RICE FORTIFICATION

Sep 27, 2023 - 05:55
 3
ଚାଉଳ ଫର୍ଟିଫିକେସନ୍‌ କୌଶଳ ଶିଖିବା ପାଇଁ ଓଡ଼ିଶାରେ ନାଇଜେରିଆ ଟିମ୍‌

ଭୁବନେଶ୍ୱର: ଭାରତ ସରକାର ଲୋକମାନଙ୍କ ପୁଷ୍ଟିକର ଚାଉଲ ଦେବା ପାଇଁ ଆରମ୍ଭ କରି ଥିବା ଫୁଡ ଫର୍ଟିଫିକେନ୍‌  ଯୋଜନାରେ ଧାର୍ଯ୍ୟ ସମୟ ଠାରୁ ଶୀଘ୍ର ଚାଉଳକୁ ଫର୍ଟିଫାଇଡେ କରାଇ ଲୋକଙ୍କ ନିକଟରେ ପହଞ୍ଚାଇ ରେକର୍ଡ କରିଛି ଓଡ଼ିଶା । ଏଥିପାଇଁ ନାଇଜେରିଆର ଏକ ୧୩ ଜଣିଆ ଦଳ ଓଡ଼ିଶା ଗସ୍ତରେ ଆଜି ରାଜ୍ୟ ହାସଲ କରିଥିବା ଏହି ସଫଳତା ସମ୍ପର୍କରେ ଅଲୋଚନା କରିଛନ୍ତି । ଓଡ଼ିଶା ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଧାର୍ଯ୍ୟ ସମୟ ସୀମାର ୧ ବର୍ଷ ପୂର୍ବରୁ ଓଡ଼ିଶା ସମସ୍ତ ଖାଦ୍ୟ ଭିତ୍ତିକ ଯୋଜନାରେ ସମ୍ପୂର୍ଣ୍ଣ ରାଜ୍ୟରେ ଫର୍ଟିଫାଇଡ୍‌ ଚାଉଳ ପ୍ରଚଳନ କରିଛନ୍ତି । ୨୦୧୨ ମସିହାରରେ ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ପରୀକ୍ଷାମୂଳକ ଭାବରେ ଏହା ଆରମ୍ଭ କରାଯାଇଥିଲା । ମୁଖ୍ୟତଃ କୁପୋଷଣ ମୁକାବିଲା ପାଇଁ ଏବଂ ଖାଦ୍ୟ ନିରପତ୍ତା ସୃଷ୍ଟି ପାଇଁ ରାଜ୍ୟ ସରକାର ନିଜର ଅଭିଜ୍ଞତା ଓ ଅନୁଭବ ଅନ୍ୟମାନଙ୍କ ସହିତ ବାଣ୍ଟିବାକୁ ପ୍ରସ୍ତୁତ ବୋଲି ଶ୍ରୀମତି ଗର୍ଗ କହିଛନ୍ତି । ନାଇଜେରିଆ ଟିମ୍‌ ଭାରତ ଓ ଓଡ଼ିଶାରେ ଚାଉଳ ଫର୍ଟିଫିକେସନ୍‌ କେନ୍ଦ୍ର ପରିଦର୍ଶନ କରିବୁ ଏବଂ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ଆମର ମାର୍ଗଦଶନ କରିଥିବାରୁ ଆମେ ଆନନ୍ଦିତ ବୋଲି କହିଛନ୍ତି ବିଶ୍ୱ କାର୍ଯ୍ୟକ୍ରମ ପ୍ରତିନିଧି ତଥା କଣ୍ଟ୍ରି ଡାଇରେକ୍ଟର ଏଲିଜାବେଥ ଫାଉରେ ।