୨୦୩୦ ସୁଦ୍ଧା ଏକ ସମୃଦ୍ଧ ରାଜ୍ୟ ହେବ ଓଡ଼ିଶା: ଅସିତ ତ୍ରିପାଠୀ

Oct 17, 2023 - 06:24
 5
୨୦୩୦ ସୁଦ୍ଧା ଏକ ସମୃଦ୍ଧ ରାଜ୍ୟ ହେବ ଓଡ଼ିଶା: ଅସିତ ତ୍ରିପାଠୀ

ଭୁବନେଶ୍ବର: ୫ ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ଆସିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ସେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି । "୨୦୩୦ ସୁଦ୍ଧା ଓଡିଶା ହେବ ଏକ ସମୃଦ୍ଧ ରାଜ୍ୟ । ସମୃଦ୍ଧ ରାଜ୍ୟ ରୂପେ ଗଢି ତୋଳିବାକୁ ହେଲେ କର୍ମ ସ୍ବଚ୍ଛତା ଓ ସାମୂହିକ ଭାବେ କାର୍ୟ୍ୟ କରିବାର ଆବଶ୍ୟକତା ରହିଛି । ଲୋକଙ୍କ ନିକଟରେ ଜନହିତକର ପ୍ରକଳ୍ପର ସୁଫଳ ପହଞ୍ଚାଇବା ପାଇଁ ଆମ ସମସ୍ତଙ୍କୁ ପରିବର୍ତ୍ତନର ବାହକ ରୂପେ କର୍ମ କରିବାକୁ ହେବ" ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ।

ଏହାସହ ସେ ହରଭଙ୍ଗା ବ୍ଲକର ବୀରନରସିଂହପୁରରେ ଇକୋ ପାର୍କ ନିର୍ମାଣ ନେଇ ବିସ୍ତୃତ ଆଲୋଚନା କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ଝିଙ୍କିରେ ୬ କୋଟି ୪୫ ଲକ୍ଷ ଟଙ୍କା ଅନୁଦାନରେ ହସ୍ତତନ୍ତ ମଲ ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହି ଆଲୋଚନାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ଉପସ୍ଥିତ ଥିଲେ । ଉଭୟ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି । ଅସିତ କହିଛନ୍ତି, "ରାଜ୍ୟର ଚାଷୀ ମାନଙ୍କୁ ଉତ୍ସାହିତ କରିବା ଜରୁରୀ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ନୂତନ ଜ୍ଞାନ କୌଶଳର ପ୍ରୟୋଗ କରି ପାରମ୍ପରିକ ଚାଷ ବ୍ୟତୀତ ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦର ବିକାଶ, ଦୁଗ୍ଧ ଉତ୍ପାଦନ ଓ ପଶୁପାଳନ ଇତ୍ୟାଦି କ୍ଷେତ୍ରରେ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାରେ ଆବଶ୍ୟକତା ରହିଛି । ଦୁଗ୍ଧ ଯୋଗାଣକୁ ସୁପରିଚାଳତ କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଭିତ୍ତିଭୂମି ନିର୍ମାଣ କରିବାରେ ସାହାଯ୍ୟ କରିବ ।"