ଭୁବନେଶ୍ବରରେ ତାପମାତ୍ରା ୩୫.୬ ଡିଗ୍ରି ରେକର୍ଡ

Feb 20, 2024 - 22:25
 2
ଭୁବନେଶ୍ବରରେ ତାପମାତ୍ରା ୩୫.୬ ଡିଗ୍ରି ରେକର୍ଡ

ନବୀନ ଓଡିଶା ବ୍ଯୂର: ଭୁବନେଶ୍ବର: ବସନ୍ତ ଋତୁରେ ଗ୍ରୀଷ୍ମଋତୁର ଅନୁଭୂତି। ବସନ୍ତ ଋତୁର ପବନ ପ୍ରବାହିତ ହେବା ବଦଳରେ ଟାଣଖରାର ପ୍ରଭାବ ରହୁଛି। ଆଜି ରାଜଧାନୀ ଭୁବନେଶ୍ୱରରେ ଗ୍ରୀଷ୍ମଋତୁର ଖରା ଅନୁଭୂତ ହୋଇଛି। ଦିନ ୨ଟା ୩୦ ସୁଦ୍ଧା ଦିନ ତାପମାତ୍ରା ୩୫.୬ ଡ଼ିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି।