କ୍ୟାବିନେଟ୍: ଲେବର ଟୁର୍ଣ୍ଣାମେଂଟର ଜମିକୁ ଲିଜ୍ ପ୍ରଦାନ କରାଯିବ

Oct 20, 2023 - 08:33
 4
କ୍ୟାବିନେଟ୍: ଲେବର ଟୁର୍ଣ୍ଣାମେଂଟର ଜମିକୁ ଲିଜ୍ ପ୍ରଦାନ କରାଯିବ

ଭୁବନେଶ୍ୱର:  କଟକ ଜିଲ୍ଲା ଟାଙ୍ଗ-ଚୌଦ୍ୱାର ତହସିଲ ଅନ୍ତର୍ଗତ ଚାରିବାଟିଆଠାରେ ୧୯୬୧ ମସିହାରେ ନିର୍ମିତ ଲେବର ଟୁର୍ଣ୍ଣାମେଂଟର ଜମିକୁ ଯୋଗ୍ୟ ବିବେଚିତ ଆବଂଟନ ଗ୍ରହୀତାଙ୍କ ସପକ୍ଷରେ  ଲିଜ୍ ପ୍ରଦାନ କରାଯିବାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ପ୍ରତ୍ୟେକ ଯୋଗ୍ୟ ବିବେଚିତଙ୍କ ସପକ୍ଷଷର ସର୍ବାଧିକ ୦.୦୦୪ ଅର୍ଥାତ୍ ୧୭୪୨ ବର୍ଗଫୁଟ ଜମି ଲିଜ୍ ଦିଆଯିବ । ଯେଉଁ ଆବଂଟନ ଗ୍ରହୀତା ଏହି ପରିମାଣଠୁ ଅଧିକ ଜମି ଦଖଲରେ ରଖିଥିବେ ତାକୁ ସରକାର ନିଜ ଦଖଲକୁ ଆଣିବେ । ଲେବର ଟୁର୍ଣ୍ଣାମେଂଟର ୨୨୮ଟି ମଧ୍ୟରୁ ୧୧୬ଜଣ ଯୋଗ୍ୟ ବିବେଚିତ ଆବଂଟନ ଗ୍ରହୀତାଙ୍କ ସପକ୍ଷରେ ୪.୬୪ ଏକର ଜମିକୁ ୯୯ବର୍ଷ ଲିଜରେ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ସଚିବ ପ୍ରଦୀପ ଜେନା ସୂଚନା ଦେଇଥିଲେ ।