Delhi Car Blast: ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ
ନବୀନ ଓଡିଶା ବ୍ଯୂର: ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ନିକଟରେରେ ଏକ ବିସ୍ଫୋରଣ ଘଟିଛି। ଏକ ଗାଡିରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ବସ୍ଫୋରଣ ପରେ ଅନେକ ଲୋକଙ୍କୁ LNJP ହସ୍ପିଟାଲକୁ ଅଣାଯାଇଛି।
ଘଟଣା ସ୍ଥଳରେ ୫ରୁ ଅଧିକ ଦମକଳ ଗାଡି ପହଞ୍ଚିଛି। ବିସ୍ଫୋରଣ ପରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଲାଲକିଲ୍ଲାର ଗେଟ ନମ୍ବର ୧ ନିକଟରେ ଏହି ବିସ୍ଫୋରଣ ଘଟିଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ବିସ୍ଫୋରଣରେ ଅନ୍ୟ ତିନୋଟି ଗାଡ଼ି ମଧ୍ୟ ଜଳି ଯାଇଛି। ବିସ୍ଫୋରଣ ଯୋଗୁ କାର୍ ପାର୍ଟସ୍ ଏଠି ସେଠି ବିଛାଡ଼ି ପଡ଼ିଛି।
