ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କୀ ସଫା

Oct 27, 2023 - 05:49
 4
ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କୀ ସଫା

ନୂଆଦିଲ୍ଲୀ: ପାକିସ୍ତାନ ପଟୁ ହେଉଥିବା ବଡ଼ଧରଣର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା। ଅନୁପ୍ରବେଶ ଉଦ୍ୟମ କରୁଥିବା ୫ ଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ଏଲଓସି ଦେଇ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ।

ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇବାରୁ ଗୁଳି ବିନିମୟ ହୋଇଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ଆତଙ୍କାବାଦୀ ପ୍ରାଣ ହରାଇଛନ୍ତି। ଏହି ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରି ହିଂସା ସୃଷ୍ଟି କରିବା ଲକ୍ଷ୍ୟରେ ଥିଲେ। ସେମାନଙ୍କୁ ପାକିସ୍ତାନ ସେନା ମଧ୍ୟ ଅନୁପ୍ରବେଶରେ ସବୁ ପ୍ରକାରର ସହାୟତା କରିଥିଲା। କିନ୍ତୁ ସୀମାରେ ମୁତୟନ ସୁରକ୍ଷାକର୍ମୀମାନେ ପାକିସ୍ତାନର ସବୁ ଯୋଜନାରେ ପାଣି ପକାଇ ଦେଇଛନ୍ତି।