ବିଏମ୍ସି ହସ୍ପିଟାଲରେ ନୂଆ ସେବା: ସୋମବାର, ବୁଧବାର, ଶୁକ୍ରବାର ଅଲ୍ଟ୍ରାସାଉଣ୍ଡ

ନବୀନ ଓଡିଶା ବ୍ଯୂର: ଭୁବନେଶ୍ବର: ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ଦାବି ପରେ ପୁରୁଣା ଭୁବନେଶ୍ବରରେ ଥିବା ବିଏମ୍ସି ହସ୍ପିଟାଲରେ ନୂଆ ସେବା ଆରମ୍ଭ ହୋଇଛି। ସୋମବାର, ବୁଧବାର ଓ ଶୁକ୍ରବାର ସକାଳ ୮ଟାରୁ ଦିନ ୧୨ଟା ଯାଏ ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍ ଖୋଲା ରହିବ। ଡାକ୍ତରଖାନାରେ ଥିବା ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଡାକ୍ତରମାନେ ଏହାକୁ ପରିଚାଳନା କରୁଛନ୍ତି। ଅଲ୍ଟ୍ରାସାଉଣ୍ଡ ମେସିନ୍ ନଥିବାରୁ ପ୍ରସୂତିମାନେ ସମସ୍ୟାରେ ପଡ଼ୁଥିଲେ। ଘରୋଇ କ୍ଲିନିକ୍ରେ ଅଲ୍ଟ୍ରାସାଉଣ୍ଡ କରି ଖର୍ଚ୍ଚାନ୍ତ ହେଉଥିଲେ। ବର୍ତ୍ତମାନ କେବଳ ପ୍ରସୂତିମାନେ ଏହି ସେବା ପାଇପାରୁଛନ୍ତି। ସ୍ଥାୟୀ ରେଡିଓଲୋଜିଷ୍ଟ ନଥିବାରୁ ଅନ୍ୟାନ୍ୟ ରୋଗୀମାନେ ଏହି ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଖୁବ୍ଶୀଘ୍ର ସ୍ଥାୟୀ ରେଡିଓଲୋଜିଷ୍ଟ ନିଯୁକ୍ତ କରିବାକୁ ବିଏମ୍ସି ଯୋଜନା କରୁଥିବା ଜଣାପଡ଼ିଛି।
ସୋମବାର, ବୁଧବାର, ଶୁକ୍ରବାର ଅଲ୍ଟ୍ରାସାଉଣ୍ଡ
ସୋମବାରରୁ ଶନିବାର କୁକୁର କାମୁଡ଼ା ଇଞ୍ଜେକ୍ସନ୍
ପ୍ରତ୍ୟେକ ବୁଧବାର ହୃଦ୍ରୋଗ ଚିକିତ୍ସା
ସେହିପରି ସୋମବାର ଓ ଗରୁବାର ଅସ୍ଥିଶଲ୍ୟ ବିଭାଗ ଖୋଲା ରହିବ। ଏଥିପାଇଁ ଜଣେ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଦୀର୍ଘ ୨୦ ବର୍ଷ ହେବ ଏଠାରେ କୁକୁର କାମୁଡ଼ା ଇଞ୍ଜେକ୍ସନ୍ ଦିଆଯାଉ ନଥିଲା। ଏବେ ସୋମବାରରୁ ଶନିବାର ସକାଳ ୮ରୁ ୧୨ଟା ଯାଏ କୁକୁର କାମୁଡ଼ା ଇଞ୍ଜେକ୍ସନ୍ ଦିଆଯାଉଛି। କେବଳ ରବିବାର ଦିନ ଏହି ସେବା ମିଳିବ ନାହିଁ। ସୂଚନାନୁସାରେ ପ୍ରଥମ ମାସରେ ୫୦୩ ଜଣ କୁକୁର କାମୁଡ଼ା ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଇଛି। ଠିକ୍ ସେମିତି ମଙ୍ଗଳବାର ନେଫ୍ରୋଲୋଜି ଓ ଗୁରୁବାର ନ୍ୟୁରୋଲୋଜି ବିଭାଗରେ ଲୋକଙ୍କୁ ସେବା ମିଳିବାକୁ ଯାଉଛି। ପ୍ରତ୍ୟେକ ଦିନ ଏହି ସବୁ ବିଭାଗରୁ ସେବା ପାଇବାକୁ ଆଶା କରି ହସ୍ପିଟାଲ୍ରେ ପହଞ୍ଚୁଥିବା ରୋଗୀ ହତାଶ ହୋଇ ଫେରୁଥିଲେ।
ତେବେ ୨୦୨୦ ମସିହାରୁ ନିର୍ମିତ ହୃଦ୍ରୋଗ ବିଭାଗର କୋଠା ୫ବର୍ଷ ପରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ପ୍ରତ୍ୟେକ ବୁଧବାର ଏଠାରେ ହୃଦ୍ରୋଗୀଙ୍କୁ ଚିକିତ୍ସା କରିବାକୁ ଯୋଜନା ହୋଇଛି। ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇବା ପରେ ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହୋଇଛି। ୨୯ ଅଗଷ୍ଟ ୨୦୧୫ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୃଦ୍ରୋଗ ବିଭାଗ ନୂତନ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୦୨୦ ମସିହାରେ ଗୋଟିଏ ମହଲା ବିଶିଷ୍ଟ କୋଠା ନିର୍ମାଣ ଶେଷ ହୋଇଥିଲା, କିନ୍ତୁ କାର୍ଯ୍ୟକ୍ଷମ ହୋଇ ନଥିଲା। ଡାକ୍ତର ନଥିଲେ କି ଯନ୍ତ୍ରପାତି ନଥିଲା। ପ୍ରତିଦିନ ପୁରୁଣା ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳର ପ୍ରାୟ ୧୧୦୦ ରୋଗୀ ଚିକିତ୍ସା ପାଇଁ ଆସିଥା’ନ୍ତି। ଏଥିରେ ୨୦ ଭାଗ ହୃଦ୍ରୋଗୀ ରହିଥାନ୍ତି। ହୃଦ୍ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ହୃଦ୍ରୋଗ ବିଭାଗ ଖୋଲିବାକୁ ୧୦ ବର୍ଷ ତଳେ ସ୍ଥିର କରାଯାଇଥିଲା। ୫ ବର୍ଷ ତଳୁ କୋଠା ନିର୍ମାଣ ସରିଥିଲେ ମଧ୍ୟ ଡାକ୍ତର ନଥିବାରୁ ବିଭାଗ କାର୍ଯ୍ୟକ୍ଷମ ହୋଇପାରୁ