ସେନ୍‌ସେକ୍ସରେ ୪୮୩ ପଏଣ୍ଟ୍‌ ହ୍ରାସ

Oct 10, 2023 - 09:31
 2
ସେନ୍‌ସେକ୍ସରେ ୪୮୩ ପଏଣ୍ଟ୍‌ ହ୍ରାସ

ମୁମ୍ବାଇ: ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ଆଜି ୪୮୩ ପଏଣ୍ଟ୍‌ ହ୍ରାସ ପାଇ ୬୫,୫୧୨ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଆଜି ଆଦାନି ପାୱାର ଓ ଆଦାନି ପୋର୍ଟସ୍‌ର ସେୟାର ମୂଲ୍ୟ ହ୍ରାସ ପାଇଛି। ସେହିପରି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍ଟି ମଧ୍ୟ ୧୪୧ ପଏଣ୍ଟ୍‌ ହ୍ରାସ ପାଇ ୧୯,୫୧୨ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଅନ୍ତର୍ଭୁକ୍ତ ଥିବା ୩୦ଟି ପ୍ରମୁଖ ସେୟାର ମଧ୍ୟରୁ ୨୭ଟି ହ୍ରାସ ସହ ବନ୍ଦ ହୋଇଥିବା ବେ‌ଳେ ତିନିଟି ସେୟାରର ମୂଲ୍ୟ ବଢ଼ିଛି। ଆଜି ନିବେଶକମାନେ ଧାତବ, ତୈଳ ମାର୍କେଟିଂ ଓ ବ୍ୟାଙ୍କଗୁଡ଼ିକର ସେୟାର ବିକ୍ରି କରିଥିଲେ। ‌କିନ୍ତୁ ଫାର୍ମା ଓ ଆଇଟି କଂପାନିଗୁଡ଼ିକର ସେୟାର କିଣିଥିଲେ।

ଏଚ୍‌ଡିଏଫ୍‌ସି ଲାଇଫ୍‌, ହିରୋ ମୋଟୋକର୍ପ ଭଳି କଂପାନିର ସେୟାର ମୂଲ୍ୟ ହ୍ରାସ ପାଇଥିବା ବେଳେ ଡକ୍ଟର ରେଡ୍ଡିସ୍‌, ଏଚ୍‌ସିଏଲ୍‌ ଟେକ୍ ଓ ଟାଟା କଞ୍ଜ୍ୟୁମର୍‌ର ସେୟାର ମୂଲ୍ୟ ବଢ଼ିଛି। ଇସ୍ରାଏଲ୍‌ରେ ଚାଲିଥିବା ଯୁଦ୍ଧର ପ୍ରଭାବରେ ଆଦାନି ପୋର୍ଟସ୍‌, ବିପିସିଏଲ୍, ଏଚ୍‌ପିସିଏଲ୍, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଜୈନ ଇରିଗେସନ୍, ସନ୍‌ ଫାର୍ମା, ଇନ୍‌ଫୋସିସ୍, ଟେକ୍ ମହିନ୍ଦ୍ରା, ୱିପ୍ରୋ, ଡକ୍ଟର ରେଡ୍ଡିସ୍, ଲୁପିନ୍, ଏଲ୍‌ଆଣ୍ଡ୍‌ଟି, ଏନ୍‌ଏମ୍‌ଡିସି, କଲ୍ୟାଣ ଜୁଏଲର୍ସ, ଟେଭା ଫାର୍ମା ଓ ଟାଇଟାନ୍ସର ସେୟାର ମୂଲ୍ୟ ପ୍ରଭାବିତ ହୋଇଛି।