ଭୟଙ୍କର କାର୍ ଦୁର୍ଘଟଣା: ହସ୍ପିଟାଲରେ ଭର୍ତ୍ତି ହେଲେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ

ନବୀନ ଓଡିଶା ବ୍ଯୂର: ଶ୍ରୀଲଙ୍କା କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଲାହିରୁ ଥିରିମାଣେ ଭୟଙ୍କର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ରହିଛି ଯେ ଥିରିମାଣେଙ୍କ କାରର ସାମ୍ନା ପଟ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ସେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁବାର ଶ୍ରୀଲଙ୍କାର ଅନୁରାଧାପୁରା ନିକଟରେ ତାଙ୍କ ସହ ଏପରି ଦୁର୍ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁସାରେ, ଥିରିମାଣେ ଓ ତାଙ୍କ ପରିବାର ଲୋକ କାରରେ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଟ୍ରକ୍ ସହ ଧକ୍କା ହୋଇଥିଲା। ଘଟଣା ପରେ ଥିରିମାଣେ ଓ ତାଙ୍କ ପରିବାର ଜଣେ ସଦସ୍ୟଙ୍କୁ ଅନୁରାଧାପୁରା ଟିଚିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଉଭୟଙ୍କର ଚିକିତ୍ସା ଚାଲିଛି। ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।