ଭିଜିଲାନ୍ସ ଜାଲରେ ବିଇଓ ଅଫିସ୍ ଆକାଉଣ୍ଟାଣ୍ଟ

Aug 25, 2023 - 10:07
 2
ଭିଜିଲାନ୍ସ ଜାଲରେ ବିଇଓ ଅଫିସ୍ ଆକାଉଣ୍ଟାଣ୍ଟ

ବଲାଙ୍ଗିର,: ଭିଜିଲାନ୍ସ ଜାଲରେ ବିଇଓ ଅଫିସ୍ ଆକାଉଣ୍ଟାଣ୍ଟ। ବଲାଙ୍ଗିର ଜିଲ୍ଲା ସଇଁତଳା ବିଇଓ ଅଫିସ ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆଙ୍କୁ ଧରିଲା ଭିଜିଲାନ୍ସ । ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ୍ ୨ଟି ସ୍ଥାନରେ ଚଢାଉ କରିଛି।

ସୂଚନାନୁଯାୟୀ, ସଇଁତଳା ବିଇଓ ଅଫିସ ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆ ଜଣେ ଆସିଷ୍ଟାଣ୍ଟ ଟିଚରଙ୍କ ପେନସନ ରିଲିଜ କରିବା ପାଇଁ ତାଙ୍କ ନିକଟରୁ ୧୮ହଜାର ଟଙ୍କା ଲାଞ୍ଚ ନେଉଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ ହୋଇଛି। ଅଜୟ ଖୁଣ୍ଟିଆଙ୍କୁ ଗିରଫ କରାଯାଇ ଭିଜିଲାନ୍ସ ଅଫିସକୁ ଆଣି ପଚରାଉଚୁରା କରାଯାଉଛି। ଏବେ ୨ଟି ସ୍ଥାନରେ ରେଡ୍ ଚାଲିଛି।