ଓଡ଼ିଶାକୁ ରେଳ ବଜେଟରେ ୧୦ ହଜାର ୯୨୮ କୋଟି ଟଙ୍କା : ଅଶ୍ବିନୀ ବୈଷ୍ଣବ

Feb 2, 2026 - 22:37
 4
ଓଡ଼ିଶାକୁ ରେଳ ବଜେଟରେ ୧୦ ହଜାର ୯୨୮ କୋଟି ଟଙ୍କା : ଅଶ୍ବିନୀ ବୈଷ୍ଣବ

ନବୀନ ଓଡିଶା ବ୍ଯୂର: ନୂଆଦିଲ୍ଲୀ, ୨/୨ : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରେସମିଟ୍ । କହିଲେ ଓଡ଼ିଶାକୁ ଫୋକସରେ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାକୁ ରେଳ ବଜେଟରେ ୧୦ ହଜାର ୯୨୮ କୋଟି ଟଙ୍କା ମିଳିଛି । ୫ ବର୍ଷରେ ୧ ଲକ୍ଷ କୋଟିର ପ୍ରକଳ୍ପ ଓଡ଼ିଶାକୁ ମିଳିବ । ୧୭ ନୂଆ ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ରହିଛି । ଗତବର୍ଷ ରେଳ ବଜେଟରେ ଓଡ଼ିଶାକୁ ମିଳିଥିଲା ୧୦ ହଜାର ୫୯୯ କୋଟି । ତେବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଓଡ଼ିଶାକୁ ୩୨୯ କୋଟି ଟଙ୍କା ଅଧିକ ମିଳିଛି । ୯୦ ହଜାର ୬୫୯ କୋଟିର ରେଲଓ୍ବେ ପ୍ରୋଜେକ୍ଟରେ କାମ ଚାଲିଛି ।

୨୦୨୬ ସୁଦ୍ଧା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସରିବ

- ଏବେ ୭ଟି ଟନେଲ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି

- ୨୦୨୬ ଶେଷ ସୁଦ୍ଧା ଖୋର୍ଦ୍ଧା ସହ ଯୋଡ଼ି ହେବ ବଲାଙ୍ଗୀର

- ୨୨୬ କିମି ରେଳ ଲାଇନ୍ ତିଆରି ସରିଛି

- ବାକି ୭୫ କିମି ରେଳ ଲାଇନ୍ ପାଇଁ ୭ଟି ଟନେଲ କାମ ସରିଛି

- ଇଷ୍ଟ-ଓ୍ବେଷ୍ଟ କରିଡରରୁ ଓଡ଼ିଶାକୁ ମିଳିବ ଫାଇଦା

- ଇଷ୍ଟ-ଓ୍ବେଷ୍ଟ କରିଡର ଓଡ଼ିଶା ଦେଇ ଛତିଶଗଡ଼, ମହାରାଷ୍ଟ୍ର, ଗୁଜୁରାଟ ଯିବ

- ଓଡ଼ିଶାର ଶିଳ୍ପ ବିକାଶରେ ଇଷ୍ଟ-ଓ୍ବେଷ୍ଟ କରିଡ଼ର ବଡ଼ ଭୂମିକା ନିଭାଇବ​​​​​​​

ଏହାସହ ପଢ଼ନ୍ତୁ : ରେଳବାଇ ପାଇଁ ୨.୯୩ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ