ବଦଳିଲା ସନାତନ ଓ ଅରବିନ୍ଦଙ୍କ ସିଟ

Feb 17, 2026 - 23:08
 10
ବଦଳିଲା ସନାତନ ଓ ଅରବିନ୍ଦଙ୍କ ସିଟ

ନବୀନ ଓଡିଶା ବ୍ଯୂର: ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ତେବେ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କ ସିଟ ଆଜି ବିଧାନସଭାରେ ବଦଳିଛି । ବିଜେଡିରୁ ନିଲମ୍ବିତ ହେବା ପରେ ଉଭୟଙ୍କ ସିଟ ବଦଳିଛି । ଅରବିନ୍ଦଙ୍କ  ସିଟ ପୂର୍ବରୁ ଥିଲା ଜି-୧୯ । ତେବେ ଏହା ପରିବର୍ତ୍ତନ ହୋଇ ଏଫ-୧୯ ହୋଇଛି । ସେହିପରି ସନାତନ ମହାକୁଡ଼ଙ୍କ ସିଟ ଥିଲା ଏଫ-୧୪ । ଏବେ ତାହା ବଦଳି ଏଫ-୨୧ ହୋଇଛି । ଅରବିନ୍ଦ ମହାପାତ୍ରଙ୍କ ସିଟ ସୁନୀଲ ମହାପାତ୍ରଙ୍କ ସହ ପରିବର୍ତ୍ତନ ହୋଇଛି । ସେହିପରି ମାଧବ ଧଡ଼ାଙ୍କ ସିଟ ସହ ସନାତନ ମହାକୁଡ଼ଙ୍କ ସିଟ ପରିବର୍ତ୍ତନ ହୋଇଛି ।

ପ୍ରକାଶ ଯେ  ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ। ବନ୍ଦେ ମାତରମରୁ ଆରମ୍ଭ ହେଲା ଗୃହକାର୍ୟ୍ୟ। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି। କହିଲେ ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ। ସମୃଦ୍ଧ ଓଡ଼ିଶା ପାଇଁ ସରକାର ପ୍ରତିଶୃତିବଦ୍ଧ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ଵରେ କେନ୍ଦ୍ରରୁ ଓଡ଼ିଶାକୁ ବଡ଼ ପ୍ରକଳ୍ପ ମିଳୁଛି। ବିକଶିତ ଭାରତ ପାଇଁ ଓଡ଼ିଶା ହେବ ଗ୍ରୋଥ୍ ଇଞ୍ଜିନ୍। ଆତ୍ମନିର୍ଭର ଭାରତରେ ଓଡ଼ିଶା ହେବ ସେମି କଣ୍ଡକ୍ଟର ହବ୍। ୨୦୩୬ ଓ ୨୦୪୭ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି। ୨୦୪୭ ସୁଦ୍ଧା ମୁଣ୍ଡ ପିଛା ଆୟ ୩୨ ଲକ୍ଷ କରିବାକୁ ଯୋଜନା କରାଯାଇଛି। ସରକାର ସହରୀ ବିକାଶ ଯୋଜନାକୁ ଗୁରୁତ୍ଵ ଦେଉଛନ୍ତି।