ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ସାଲେପୁର ଜେଏମ୍ଏଫ୍ସି କୋର୍ଟରୁ ସମନ

କଟକ: ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ସମନ୍ ଜାରି ପାଇଁ ସାଲେପୁର ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ (ଜେଏମଏଫସି) ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର ମେସେଞ୍ଜରଙ୍କ ମାଧ୍ୟମରେ ଶ୍ରୀ ଜେନାଙ୍କୁ ସମନ୍ ଜାରି ପାଇଁ ଅଭିଯୋଗକାରୀ ରଣଜିତ ବରାଳଙ୍କ ତରଫରୁ ଦାୟର ଆବେଦନକୁ ଅଦାଲତ ଗ୍ରହଣ କରିବା ସହିତ ଏଥି ପାଇଁ ଆବଶ୍ୟକ ଅର୍ଥ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ବରାଳଙ୍କ ତରଫରୁ ଏ ବାବଦ ଅର୍ଥ ଜମା କରାଯିବା ସହିତ ସମନ ଜାରି ପାଇଁ ଆବଶ୍ୟକ ନଥିପତ୍ର (ରିକ୍ୟୁଜାଇଟ୍ସ) ଦାଖଲ କରାଯାଇଥିଲା । ଏହାପରେ ଅଦାଲତ ସ୍ୱତନ୍ତ୍ର ମେସେଞ୍ଜରଙ୍କ ମାଧ୍ୟମରେ ଶ୍ରୀ ଜେନାଙ୍କୁ ନୋଟିସ୍ ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତରେ ଶ୍ରୀ ଜେନାଙ୍କ ହାଜିରା ପାଇଁ ଅକ୍ଟୋବର ୩୧ ତାରିଖ ଧାର୍ଯ୍ୟ କରାଯାଇଛି ।