ସାଂସଦଙ୍କ ଆକାଉଣ୍ଟରୁ ୫୬ ଲକ୍ଷ ନେଇଗଲେ ସାଇବର ଠକ

Nov 7, 2025 - 22:29
 8
ସାଂସଦଙ୍କ ଆକାଉଣ୍ଟରୁ ୫୬ ଲକ୍ଷ ନେଇଗଲେ ସାଇବର ଠକ

ନବୀନ ଓଡିଶା ବ୍ଯୂର: 

ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ଲୋକସଭା ସାଂସଦ କଲ୍ୟାଣ ବାନାର୍ଜୀଙ୍କ ବ୍ୟାଙ୍କ ଆଉକାଉଣ୍ଟରୁ ସାଇବର ଠକମାନେ ନେଇ ଯାଇଛନ୍ତି ୫୬ ଲକ୍ଷ ଟଙ୍କା। ଏସ୍‌ବିଆଇର କୋଲକାତା ସ୍ଥିତ ହାଇକୋର୍ଟ ବ୍ରାଞ୍ଚରେ ଥିବା କଲ୍ୟାଣ ବାନାର୍ଜୀଙ୍କ ଆକାଉଣ୍ଟରୁ ଏପରି ଲୁଟ ହୋଇଛି।

ପୁଣି ସାଇବର ଠକେଇ। ଏଥର ସାଇବର ଠକାମୀର ଶିକାର ହୋଇଛନ୍ତି ଲୋକସଭାର ଜଣେ ସାଂସଦ। ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି(TMC)ର ଲୋକସଭା ସାଂସଦ କଲ୍ୟାଣ ବାନାର୍ଜୀଙ୍କ ବ୍ୟାଙ୍କ ଆଉକାଉଣ୍ଟରୁ ସାଇବର ଠକମାନେ ନେଇ ଯାଇଛନ୍ତି ୫୬ ଲକ୍ଷ ଟଙ୍କା।