ଆଉ ଗୋଟିଏ ମାସ ପରେ ଶେଷ ୨୦୦୦ ଟଙ୍କିଆ ଫେରାଇବା

ମୁମ୍ବାଇ: ଦୁଇ ହଜାର ଟଙ୍କିଆ ନୋଟ୍ ଫେରାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ସମୟ ସୀମା ଦେଇଛି ତାହା ଆଉ ଗୋଟିଏ ମାସ ପରେ ଶେଷ ହେବ। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଲୋକମାନେ ୨୦୦୦ ଟଙ୍କିଆକୁ ବ୍ୟାଙ୍କରେ ଜମା କରିବା କିମ୍ବା ବଦଳ କରିବା ଲାଗି ସମୟ ଦିଆଯାଇଥିଲା। ଲୋକମାନେ ଯେଭଳି ସୁବିଧାରେ ନୋଟ୍ଗୁଡ଼ିକୁ ଫେରାଇପାରିବେ ସେଥିପାଇଁ ଚାରି ମାସର ଲମ୍ବା ସମୟ ପ୍ରଦାନ କରାଯାଇଛି। ଯେଉଁମାନେ ସେହି ନୋଟ୍ ଫେରାଇ ନାହାନ୍ତି ସେମାନେ ଆସନ୍ତା ମାସରେ ସେଗୁଡ଼ିକୁ ଫେରାଇପାରିବେ।
ସେପ୍ଟେମ୍ବରରେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦିନ ବ୍ୟାଙ୍କ ଛୁଟି ରହୁଥିବାରୁ ନୋଟ୍ ଫେରାଇବାକୁ ଚାହୁଥିବା ଲୋକମାନେ ତାହା ଉପରେ ନଜର ଦେବାକୁ ପଡ଼ିବ। ସବୁ ରବିବାର, ଦ୍ବିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ସେପ୍ଟେମ୍ବରରେ ୧୬ ଦିନ ବ୍ୟାଙ୍କ ଛୁଟି ରହିବ। ଅବଶ୍ୟ ସବୁ ରାଜ୍ୟରେ ଏହି ସମସ୍ତ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ ନାହିଁ। କିଛି ଛୁଟି ନିର୍ଦ୍ଦିଷ୍ଟ କିଛି ରାଜ୍ୟ ପାଇଁ ଉଦ୍ଦିଷ୍ଟ। ୨୦୧୬ରେ ବିମୁଦ୍ରୀକରଣ ଘୋଷଣା ପରେ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ହୋଇଥିଲା। ଚଳିତ ବର୍ଷ ତାହାକୁ ପ୍ରତ୍ୟାହାର କରାଯାଇଛି।