ଦିନକରେ ୭ ଲକ୍ଷ ଆମେରିକୀୟ ସନାତନ ଧର୍ମ ଗ୍ରହଣ କରିଥିବା ଭିଡିଓ ମିଛ ଖବର

Oct 17, 2023 - 03:18
 5
ଦିନକରେ ୭ ଲକ୍ଷ ଆମେରିକୀୟ ସନାତନ ଧର୍ମ ଗ୍ରହଣ କରିଥିବା ଭିଡିଓ ମିଛ ଖବର

ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲ ଏକ୍ସରେ ଜଣେ ବ୍ୟକ୍ତି ଆମେରିକାରେ ଗୋଟିଏ ଦିନରେ ୭ ଲକ୍ଷ ଲୋକ ଖ୍ରୀଷ୍ଟିଅନ୍‌ ଧର୍ମ ତ୍ୟାଗ କରି ସନାତନ ଧର୍ମଗ୍ରହଣ କରିଛନ୍ତି ବୋଲି ଅକ୍ଟୋବର ୧୦ ତାରିଖ ଦିନ ଭିଡିଓ ଶେଆର କରି ଉଲ୍ଲେଖ କରିଥିଲେ ।  ଏହି ଭିଡିଓରେ ଲକ୍ଷାଧିକ ଲୋକ ହରେ ରାମ ହରେ କୃଷ୍ଣ ବୋଲି ଗୀତ ଗାଇ ଗାଇ ନାଚୁଥିବା ଦେଖିବାକୁ ମିଳିଥିଲା । ସେଆର ହେବାର ଅଳ୍ପ ସମୟ ଭିତରେ ୨୩ ହଜାର ୮ଶହ ଲୋକ ଏହି ଭିଡିଓକୁ ଦେଖିଥିଲେ ଓ ପରେ ଏହା ଭାଇରାଲ ହୋଇଯାଇଥିଲା । ତେବେ ଏହି ଭିଡିଓଟି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପରେ ଅନୁସନ୍ଧାନରୁ ଜଣାପଡିଲା । ଏହି ଭିଡିଓ ଟିକୁ ନୀରିକ୍ଷଣ କରିବା ଫଲରେ ଗୋଟିଏ ଛାତରେ ୟୁନାଇଟେଡ୍‌ କିଙ୍ଗଡମ୍‌ ପତକା ଉଡୁଥିବାର ଦେଖିବାକୁ ମିଳିଥିଲା ଏବଂ ରାସ୍ତାର ମଝିରେ ରଥ ଦେଖିବାକୁ ମିଳିଥିଲା । ପରେ ୨୦୨୨ ମସିହାରେ ଲଣ୍ଡନରେ ରଥଯାତ୍ରା ସମୟର ଏହା ଏକ ପୁରୁଣା ଭିଡିଓ ଓ ଏହି ଭିଡିଓ ସହିତ ଭ୍ରମାତ୍ମକ ଖବର ପରିବେଷଣ କରାଯାଇଥିବା ଜଣାପଡିଥିଲା ।