ପାକିସ୍ତାନୀ କ୍ରିକେଟରଙ୍କ ପାଇଁ କୌଣସି ଭୋଜି କରୁନାହାନ୍ତି ବିରାଟ କୋହଲି
ICC world CUP 2023 Virat Kohli

ଦିଲ୍ଲୀ: ଆଜି ସାମାଜିକ ଗଣମାଧ୍ୟମରେ ଭାରତୀୟ କ୍ରିକେଟ୍ ସେନ୍ସେସନ୍ ବିରାଟ କୋହଲି ବିଶ୍ୱକପ୍ କ୍ରିକେଟ୍ରେ ଯୋଗଦେବା ପାଇଁ ଭାରତ ଗସ୍ତରେ ଆସିଥିବା କ୍ରିକେଟରମାନଙ୍କୁ ନେଇ ଏକ ଖବର ବେଶ୍ ଭାଇରାଲ ହୋଇଛି । ପାକିସ୍ତାନୀ କ୍ରିକେଟ୍ ଖେଳାଳିମାନଙ୍କୁ ଭାରତକୁ ସ୍ୱାଗତ କରିବା ସହିତ ନିଜ ଘରେ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଭୋଜିର ଆୟୋଜନ କରିଥିବା ନେଇ ବିରାଟ କୋହଲିଙ୍କ ସାମାଜିକ ଗଣମାଧ୍ୟମ ହ୍ୟଣ୍ଡେଲ୍ ଏକ୍ସରେ ଏକ ଖବର ଭାଇରାଲ ହୋଇଥିଲା । ଏହି ବାର୍ତ୍ତାରେ କୋହଲି ଲେଖିଥିଲେ ଦୀର୍ଘ ୭ ବର୍ଷ ପରେ ଭାରତ ଆସିଥିବା ପାକିସ୍ତାନ ଖେଳାଳିମାନଙ୍କୁ ସ୍ୱଗତ କରୁଛି । ମୁଁ ସେମାନଙ୍କର ଓ ବିଶେଷକରି ସାଦ୍ଦାବଙ୍କ ସ୍ୱାଗତ ପାଇଁ ମୋ ଘରେ ଏକ ସ୍ୱତନ୍ତ୍ର ଭୋଜି ଆୟୋଜନ କରିଛି । ଅନେକ ଅନେକ ଭଲପାଇବା ସବୁବେଳେ ଭଲପାଇବା ବାଣ୍ଟିଚାଲ । ଏହି ଭଳି ଏକ ଟ୍ୱିଟ୍କୁ୧୬ ହଜାର ୪ଶହ ଲୋକ ପସନ୍ଦ ମଧ୍ୟ କରିଛନ୍ତି । ତେବେ ଅସଲ କଥା ହେଉଛି ବିରାଟ କୋହଲି ଏଭଳି କୌଣସି ପୋଷ୍ଟ କରି ନାହାନ୍ତି । ଏହି ପୋଷ୍ଟଟି ସମ୍ପୂର୍ଣ୍ଣ ରୂପେ ବିରାଟ କୋହଲିଙ୍କର ଆକାଉଣ୍ଟକୁ ନକଲ କରି ତିଆରି ହୋଇଛି । ଏହି ଆକାଉଣ୍ଟରେ ଅନୁଗାମୀମାନଙ୍କ ସଂଖ୍ୟା ମାତ୍ର ୭୮୫ ଥିବାବେଳେ କୋହଲିଙ୍କ ଅନୁଗାମୀମାନଙ୍କ ସଂଖ୍ୟା ୫୮୦ ଲକ୍ଷ । ତେବେ କୋହଲି ନିଜ ପ୍ରକୃତ ଆକାଉଣ୍ଟରୁ ୨୭ ସେପ୍ଟେମ୍ବର ଦିନ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ମହିଳା କ୍ରିକେଟ୍ ଖେଳାଳୀମାନଙ୍କର ଫଟୋ ଶେଆର କରିଥିଲେ ।