ବିଧାୟିକାଙ୍କୁ ଛୁରା ମାରି ଆକ୍ରମଣ

Aug 21, 2023 - 05:05
 3
ବିଧାୟିକାଙ୍କୁ ଛୁରା ମାରି ଆକ୍ରମଣ

ନୂଆଦିଲ୍ଲୀ: ବିଧାୟିକାଙ୍କୁ ଆକ୍ରମଣ କରି ଲହୁଲୁହାଣ କଲେ ନିଶାସକ୍ତ ଯୁବକ। ସର୍ବସମ୍ମୁଖରେ ଅତର୍କିତ ଭାବେ ଯୁବକଜଣକ ଏକ ଛୁରୀ ସାହାଯ୍ୟରେ ବିଧାୟିକାଙ୍କୁ ଆକ୍ରମଣ କରିଥିଲେ। ଅଭିଯୁକ୍ତଙ୍କୁ ପୁଲିସ୍‌ କାବୁ କରି ଘଟଣାର ଛାନଭିନ ଆରମ୍ଭ କରିଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଛତିଶଗଡ଼ର ଖୁଜ୍ଜିରେ ଘଟିଛି। ଆକ୍ରମଣରେ ଗୁରୁତର ହୋଇଥିବା ବିଧାୟିକାଜଣକ ହେଲେ ଛନ୍ନି ସାହୁ।

ଛନ୍ନି ସାହୁ ଗତକାଲି ଡୋଙ୍ଗରଗାଁ ଥାନା ଅଧୀନ ଜୋଧରା ଗାଁରେ ଏକ ସଭାରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ହିଁ ସେ ଆକ୍ରମଣର ଶିକାର ହୋଇଥିଲେ।ଏହାପରେ ତୁରନ୍ତ ବିଧାୟିକାଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲ ନେଇଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା ପର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ଜଣାଯାଇଛି। ପୁଲିସ୍‌ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଆକ୍ରମଣ ପଛର କାରଣ ଜଣାପଡ଼ିନି।