ଚନ୍ଦ୍ରଯାନ-୩: ୨୩ ତାରିଖ ସଂଧ୍ୟା ୬ଟା ୪ ରେ ଚନ୍ଦ୍ରରେ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ : ରୁଷର ମୁନ୍ ମିଶନ ଲୁନା-୨୫ ବିଫଳ ହେବା ପରେ ଏବେ ସାରା ବିଶ୍ବ ନଜର ଚନ୍ଦ୍ରଯାନ-୩ ଉପରେ । ଚନ୍ଦ୍ରର ଦକ୍ଷିଣ ମେରୁରେ ଏଥର ଚନ୍ଦ୍ରଯାନ ନିଶ୍ଚୟ ସଫଳତାର ସହ ଅବତରଣ କରିବ ବୋଲି ଇସ୍ରୋ ଆଶା ରଖିଛି ।ଏବେ ସୁଦ୍ଧା ଇସ୍ରୋର ଆକଳନ ଅନୁଯାୟୀ ଚନ୍ଦ୍ରଯାନ ଯାତ୍ରା କରିଛି । ଇତିମଧ୍ୟରେ ଯାନର ଦ୍ବିତୀୟ ତଥା ଅନ୍ତିମ ଡିବୁଷ୍ଟିଂ ସଫଳତା ସହ ସମ୍ପନ୍ନ ହୋଇଛି । ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟ୍ ରେ ଚତନ୍ଦ୍ରରେ ଅବରଣ କରିବା ଲକ୍ଷ୍ୟ ରଖା ଯାଇଛି । ଭାରତର ମିଶନ ମୁନ ଉପରେ ସାରା ବିଶ୍ବର ନଜର କେନ୍ଦ୍ରୀଭୂତ ହୋଇଛି। ଚନ୍ଦ୍ରଯାନ ଚନ୍ଦ୍ରର ସର୍ବନିମ୍ନ ୨୫ କିଲୋମିଟିର ଏବଂ ସର୍ବାଧିକ ୧୩୪ କିଲୋମିଟର ଉଚ୍ଚ କକ୍ଷପଥରେ ରହିଛି। ଚନ୍ଦ୍ରରେ ସୂର୍ୟ୍ୟ ଉଦୟକୁ ଅପେକ୍ଷା କରୁଛି ଲ୍ୟାଣ୍ଡର ବିକ୍ରମ।
୨୩ ଅଗଷ୍ଟ ସଂଧ୍ୟା ୬ଟା ୪ ମିନିଟ୍ ରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଚେଷ୍ଟା କରାଯିବ। ଯଦି ଲ୍ୟାଣ୍ଡିଂରେ ସମସ୍ୟା ଆସେ ତେବେ ଗୋଟିଏ ମାସ ପରେ ପୁଣି ଥରେ ଚେଷ୍ଟା କରାଯିବ । କାରଣ ଚନ୍ଦ୍ରଯାନକୁ ପୁଣି ଆଉ ଏକ ସୂର୍ୟ୍ୟ ଉଦୟକୁ ଅପେକ୍ଷା କରିବାକୁ ପଡ଼ିବ, ଯାହା ୨୮ଦିନ ପରେ ଆସିବ । ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଶେଷ ୧୫ରୁ ୨୦ ମିନିଟ୍ ସବୁଠୁ ଅଧିକ ଜଟିଳ ଏବଂ ଗୁରୁତ୍ବପୂର୍ଣ୍ଣ । ଚନ୍ଦ୍ରଯାନ ଏବେ ଯେଉଁ ଦୂରତାରେ ରହିଛି ସେଠାରୁ ଚନ୍ଦ୍ରରେ ଓହ୍ଲାଇବାକୁ ୧୫ରୁ ୨୦ମିନିଟ ସମୟ ଲାଗିବ। ଚନ୍ଦ୍ରରେ ପାଦ ଦେଇ ଇତିହାସ ରଚିବ ଭାରତ।