ଆଜିଠୁ ଅକ୍ଟୋବର ୪ ଯାଏଁ ବିଧାନସଭା

Sep 22, 2023 - 04:53
 2
ଆଜିଠୁ ଅକ୍ଟୋବର ୪ ଯାଏଁ ବିଧାନସଭା

ଭୁବନେଶ୍ୱର: ଶୁକ୍ରବାରଠୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । ଅକ୍ଟୋବର ୪ ତାରିଖ ପର୍ୟ୍ୟନ୍ତ ଚାଲିବ ଗୃହକାର୍ୟ୍ୟ । ପ୍ରଥମ ଦିନରେ ହିଁ ଆସିବ ୨୦୨୩-୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ । ଏହି ଅଧିବେଶନରେ ମାତ୍ର ୮ଟି କାର୍ୟ୍ୟ ଦିବସ ରହିଛି । ଏହି ସଂକ୍ଷିପ୍ତ ଅଧିବେଶନ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ସରଗରମ ରହିବ ବୋଲି ଆକଳନ କରାଯାଉଛି।

ନିର୍ବାଚନକୁ ଆଉ ବେଶି ସମୟ ନଥିବାବେଳେ ଉଭୟ ବିରୋଧୀ ଦଳ ସରକାରଙ୍କୁ ଜୋରଦାର ଆକ୍ରମଣ କରିବାକୁ ପ୍ରସଙ୍ଗ ସଜାଇ ରଖିଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଦଳର ସବୁ ଆକ୍ରମଣକୁ ସାମ୍ନା କରିବା ସହ ପାଲଟା ଆକ୍ରମଣ ପାଇଁ ଶାସକ ଦଳ ମଧ୍ୟ ପ୍ରସ୍ତୁତି ଚଳାଇଛି । ଶୁକ୍ରବାର ସକାଳେ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଓ ଶପଥ ଗ୍ରହଣ କରିଛନ୍ତି ।