ବିପର୍ଯ୍ୟୟ ଜିଲ୍ଲାରେ ସର୍ବାଧିକ ବିପର୍ଯ୍ୟୟ ଜନିତ ମୃତ୍ୟୁ

ମୟୂରଭଞ୍ଜ: ବିପର୍ଯ୍ୟୟ ଜନିତ ମୃତ୍ୟୁ ରେ ପାଣିରେ ବୁଡି ମୃତ୍ୟୁ ସର୍ବାଧିକ। ପାଞ୍ଚ ବର୍ଷ ରେ ୨୦୧୮-୧୯ ରୁ ୨୦୨୨-୨୩ ଯାଏ ୭୮୭୪ ଜଣ ଙ୍କ ର ମୃତ୍ୟୁ ହୋଇଛି। ମୟୂରଭଞ୍ଜ ରେ ସର୍ବାଧିକ ୬୫୧ ଜଣ ଙ୍କ ମୃତ୍ୟୁ ହୋଇଛି। ସେହିପରି ସାପ କାମୁଡାରେ ୫୨୧୯ ଜଣ ଙ୍କର୍ ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜ ରେ ସର୍ବାଧିକ ୪୬୦ ଜଣ ଙ୍କ ର ମୃତ୍ୟୁ ହୋଇଛି।
ବଜ୍ରପାତ ରେ ବି ମୟୂରଭଞ୍ଜ ରେ ସର୍ବାଧିକ ୨୧୦ ଜଣ ଙ୍କ ର ପ୍ରାଣ ଯାଇଛି। ଅଗ୍ନି ଦୁର୍ଘଟଣା ଜନିତ ମୃତ୍ୟୁ ରେ ବି ମୟୂରଭଞ୍ଜ ଆଗରେ। ପୁରା ରାଜ୍ୟରେ ସର୍ବାଧିକ ୮୮ ଜଣ ଙ୍କ ପ୍ରାଣ ଯାଇଛି। ଖାଲି ସେତିକି ନୁହେଁ ପ୍ରବଳ ବର୍ଷା ପାଇଁ ପୁରା ରାଜ୍ୟରେ ମୟୂର ଭଞ୍ଜ ର ସର୍ବାଧିକ ୧୨ ଜଣ ଙ୍କ ର ମୃତ୍ୟୁ ଘଟିଛି। ଏହି 5 ବର୍ଷ ସମୟ ଭିତରେ ମୟୂରଭଞ୍ଜ ଜିଲ୍ଲାରେ ମୋଟ୍ ୧୪୪୪ ଜଣ ଙ୍କ ପ୍ରାଣ ଯାଇଛି। ଯାହାକି ରାଜ୍ୟରେ ସର୍ବାଧିକ।
ବିଜେପି ବିଧାୟିକା କୁସୁମ ଟେଟେଙ୍କ ଅଣତାରକା ପ୍ରଶ୍ନ ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଙ୍କ ଉତ୍ତର ରୁ ଆସିଲା ତଥ୍ୟ।