କଂଗ୍ରେସ ଭବନ ସମ୍ମୁଖରୁ ଉଦ୍ଧାର ହେଲା ମୃତଦେହ : ପୁଲିସର ତଦନ୍ତ ଜାରି

Sep 20, 2023 - 09:27
 3
କଂଗ୍ରେସ ଭବନ ସମ୍ମୁଖରୁ  ଉଦ୍ଧାର ହେଲା ମୃତଦେହ : ପୁଲିସର ତଦନ୍ତ ଜାରି

ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନରେ ଥିବା କଂଗ୍ରେସ ଭବନ ସମ୍ମୁଖରୁ ଏକ ସନ୍ଦିଗ୍ଧ ମୃତଦେହ ଉଦ୍ଧାର ହୋଇଛି। ଏକ ଅଜଣା ଗାଡ଼ିରୁ ବ୍ୟକ୍ତିଙ୍କୁ ଠେଲି ଦିଆଯାଇଥିବା ଅଭିଯୋଗ ହୋଇଛି। ହସ୍ପିଟାଲ ନେବା ରାସ୍ତାରେ ବ୍ୟକ୍ତିଙ୍କୁ ମୃତ୍ୟୁ ହୋଇଥିବା ପୁଲିସର ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ଉକ୍ତ ବ୍ୟକ୍ତି ମାଷ୍ଟରକ୍ୟାଣ୍ଟିନ୍ ଛକରେ ବୁଲାବୁଲିି କରୁଥିଲେ ବୋଲି ପୁଲିସ କହିଛି। ତାଙ୍କର ବୟସ ପ୍ରାୟ ୩୫ ବର୍ଷ ହେବ।

ଏକ ଅଜଣା ଗାଡ଼ିରୁ ଉକ୍ତ ବ୍ୟକ୍ତିଙ୍କୁ କେହି ଠେଲି ଦେଇଥିବା ସୂଚନା ମଳିଛି। ଉକ୍ତ ଅଜଣା ଗାଡ଼ିକୁ କ୍ୟାପିଟାଲ ଥାନା ପୁଲିସ ଖୋଜୁଛି। ସିସିଟିଭିରୁ ଗାଡ଼ି ସମ୍ପର୍କରେ ତଥ୍ୟ ପାଇଛି ପୁଲିସ। କେଉଁ କାରଣରୁ ମୃତ୍ୟୁ ହୋଇଛି ତାକୁ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି। ଗାଡ଼ିରୁ ମୃତଦେହ ପଡ଼ିଥିବା ନେଇ କେହି ଦେଖି ନାହାନ୍ତି। ମୃତ୍ୟୁକୁ ନେଇ ଖୋଳତାଡ଼ କରାଯାଉଛି।