ପ୍ରେମ କରିବା ପଡିଲା ମହଙ୍ଗା
#odisha #nabinodishapanel
ନବୀନ ଓଡିଶା : ଏବେବି ବଞ୍ଚିରହିଛି ପୁରାତନ ପରମ୍ପରା ତାକୁ ନେଇ କଙ୍ଗାରୁକୋର୍ଟ, ଗୋଟିଏ ବଂଶର ହୋଇଥିବାରୁ ପ୍ରେମ କରିବା ମହଙ୍ଗା ପଡିଲା ଜ୍ଝ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ାଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଈ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରେ ଜ୍ଝ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି, ଗ୍ରାମଦେବୀଙ୍କ ପାଖରେ ପୂଜାପାଠ କରାଇବା ପରେ ବଳଦ ସ୍ଥାନରେ ଜଣେ ଯୁବକ ଓ ଯୁବତୀଙ୍କ କାନ୍ଧରେ ବାଧ୍ୟରେ ଯୁଆଳି ପକେଇ କ୍ଷେତରେ ଚାଷ କରିବାକୁ ବାଧ୍ୟ କରାଯାଉଛି ଜ୍ଝ
ଉଭୟଙ୍କ ଅନିଚ୍ଛା ସତ୍ୱେ ଧମକଚମକ ଦେଇ ହଳ କରାଉଛନ୍ତି ଗାଁ ଲୋକେ। ଏନେଇ ଅନୁସନ୍ଧାନରୁ ଜଣାପଡିଥିଲା ଯେ ଗାଁ କୁଟୁମ୍ବଙ୍କ ନିଷ୍ପତ୍ତି ଅନୁସାରେ ଉଭୟଙ୍କୁ ଦଣ୍ଡ ଦିଆଯାଇ ଗାଁରୁ ତଡି ଦିଆଯାଇଛି। ଏମାନଙ୍କ ଭୁଲ ଥିଲା ଉଭୟ ଗୋଟିଏ ବଂଶର ଓ ସମ୍ପର୍କରେ ପିଉସୀ-ପୁତୁରା ଜ୍ଝ ଆଦିବାସୀ ପରମ୍ପରା ଅନୁଯାୟୀ ଗୋଟିଏ ବଂଶର ହୋଇଥିଲେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିବେ ନାହିଁ କାରଣ ସେମାନେ ଗୋଟିଏ ରକ୍ତର ସମ୍ପର୍କ ତେଣୁ ବିବାହ ହୋଇ ପାରିବ ନାହିଁ।