କୋଭିଡ-୧୯ ଠାରୁ ଘାତକ ଡିଜିଜ୍‌-ଏକ୍ସ

Sep 26, 2023 - 10:10
 4
କୋଭିଡ-୧୯ ଠାରୁ ଘାତକ ଡିଜିଜ୍‌-ଏକ୍ସ

କୋଭିଡ-୧୯ ପରେ ଯଦି କିଛି ମହାମାରୀ ମାନବ ସମାଜକୁ ଅଧିକ ପ୍ରଭାବିତ କରିବ ତାହା ହେବ ଡିଜିଜ୍‌-ଏକ୍ସ । କରୋନା ଭାଇରସ୍‌ ଠାରୁ ୨୦ ଗୁଣ ଘାତକ ସାବ୍ୟସ୍ତ ହୋଇପାରେ ଡିଜିଜ୍‌-ଏକ୍ସ । ଏନେଇ ବିଶେଷଜ୍ଞଙ୍କ ମନ୍ତବ୍ୟ ସମଗ୍ର ବିଶ୍ବକୁ ଆଉ ଏକ ଅନିଶ୍ଚିତତା ଭିତରକୁ ଠେଲି ଦେଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଡେଲି ମେଲ୍‌ରେ ପ୍ରକାଶିତ ଖବର ଅନୁସାରେ ଜଣେ ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ଡେମ୍ କେଟ୍ ବିଙ୍ଗହମ୍ ଡିଜିଜ୍‌-ଏକ୍ସକୁ ନେଇ ଚେତାବନୀ ଦେଇଛନ୍ତି । 

ଡେମ୍ କେଟ୍ ବ୍ରିଟେନ୍‌ର ଭ୍ୟାକ୍ସିନ୍‌ ଟାସ୍କଫୋର୍ସର ଅଧ୍ୟକ୍ଷ ଚେତବାନୀ ଦେଇ କହିଛନ୍ତି, ଆଗାମୀ ମହାମାରୀ ସମଗ୍ର ବିଶ୍ବରେ ୫ କୋଟି ଜୀବନ ନେଇପାରେ । ସୌଭାଗ୍ୟର କଥା ହେଉଛି ଯେ, କରୋନା ମହାମାରୀ ଏଭଳି ଘାତକ ସାବ୍ୟସ୍ତ ହୋଇନଥିଲା । ଏହା ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଡିଜିଜ-ଏକ୍ସକୁ ଆଗାମୀ ସମୟର ସମ୍ଭାବ୍ୟ ମହାମାରୀ ବୋଲି କହିସାରିଥିବା ବେଳେ ଏହା ଖୁବଶୀଘ୍ର ଆସିପାରେ ବୋଲି ଚେତାଇ ସାରିଛି । ସେପଟେ ଡବ୍ଲୁଏଚଓର ତଥ୍ୟ ଅନୁସାରେ ୨୦୧୯ରେ ବିଶ୍ବକୁ ପ୍ରଭାବିତ କରିଥିବା କରୋନା ମହାମାରୀ ୭ ମିଲିୟନ୍‌ ଜୀବନ ନେଇଥିଲା।