ଆଣ୍ଟୋନିଓ ଗୁଟେରେସ୍‌ଙ୍କ ଇସ୍ତଫା ଦାବି କଲେ ଇସ୍ରାଏଲ୍‌ ରାଷ୍ଟ୍ରଦୂତ

Oct 25, 2023 - 06:22
 4
ଆଣ୍ଟୋନିଓ ଗୁଟେରେସ୍‌ଙ୍କ ଇସ୍ତଫା ଦାବି କଲେ ଇସ୍ରାଏଲ୍‌ ରାଷ୍ଟ୍ରଦୂତ

ଭୁବନେଶ୍ୱର : ଆଣ୍ଟୋନିଓ ଗୁଟେରେସ୍‌ ଜାତିସଂଘର ନେତୃତ୍ବ ନେବାକୁ ଯୋଗ୍ୟ ନୁହନ୍ତି ଏବଂ ସେ ତୁରନ୍ତ ଇସ୍ତଫା ଦେବା ଉଚିତ ବୋଲି ମଙ୍ଗଳବାର ଦିନ ଜାତିସଂଘସ୍ଥିତ ଇସ୍ରାଏଲ୍‌ର ରାଷ୍ଟ୍ରଦୂତ ଜିଲାଡ୍‌ ଏର୍ଡାନ୍‌ କହିଛନ୍ତି। ଏର୍ଡାନ୍‌ କହିଛନ୍ତି, ଅସଂଖ୍ୟ ପିଲା, ମହିଳା ଓ ବୟୋବୃଦ୍ଧଙ୍କ ସଂହାର ଅଭିଯାନ ପ୍ରତି ସମବେଦନା ପ୍ରଦର୍ଶନ କରୁଥିବା ଜାତିସଂଘର ମହାସଚିବ ଜାତିସଂଘର ନେତୃତ୍ବ ନେବାକୁ ଯୋଗ୍ୟ ନୁହନ୍ତି। ସେ କହିଛନ୍ତି, ମୁଁ ତାଙ୍କୁ ତୁରନ୍ତ ଇସ୍ତଫା ଦେବାକୁ କହୁଛି। ଇସ୍ରାଏଲୀ ନାଗରିକ ଓ ଇହୁଦୀମାନଙ୍କ ପ୍ରତି ସବୁଠୁ ଭୟାବହ କ୍ରୂରତା ପ୍ରଦର୍ଶନ କରିଥିବା ଲୋକମାନଙ୍କ ପ୍ରତି ସମବେଦନା ଦେଖାଇବାରେ କୌଣସି ଯଥାର୍ଥତା ନାହିଁ କି, କହିବା ଭଳି କୌଣସି ପ୍ରସଙ୍ଗ ନାହିଁ। ତାଙ୍କର ଏଭଳି କାଣ୍ଡ ସପକ୍ଷରେ କହିବାକୁ ଭାଷା ହିଁ ନାହିଁ।ସୂଚନାଯୋଗ୍ୟ, ଗାଜାରେ ଇସ୍ରାଏଲ୍‌ ଆକ୍ରମଣ ଜାରି ରହିଥିବାରୁ ଆନ୍ତର୍ଜାତିକ ମାନବୀୟ ଆଇନ ଉଲ୍ଲଂଘନ କରାଯାଉଛି ବୋଲି ମଙ୍ଗଳବାର ଦିନ ଆଣ୍ଟୋନିଓ ଗୁଟେରେସ୍‌ ଚିନ୍ତାବ୍ୟକ୍ତ କରିଥିଲେ।