ବିଧାନସଭାରେ ଉଠାଇବୁ ସୌମ୍ୟ ପ୍ରସଙ୍ଗ: ଜୟନାରାୟଣ

Sep 22, 2023 - 08:04
 2
ବିଧାନସଭାରେ ଉଠାଇବୁ ସୌମ୍ୟ ପ୍ରସଙ୍ଗ: ଜୟନାରାୟଣ

ଭୁବନେଶ୍ବର: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିରୁ ବହିଷ୍କାର କରାଯିବା ଘଟଣାରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ନେତା। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଏହା ଅଗଣତାନ୍ତ୍ରିକ। ବିଜେଡିରେ ଗଣତନ୍ତ୍ର ନାହିଁ। ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେବା ପୂର୍ବରୁ ଦଳୀୟ ଶୃଙ୍ଖଳା କମିଟିରେ ନିଷ୍ପତ୍ତି ନିଆଯାଇଥିଲା କି? କାରଣ ଦର୍ଶାଅ ନୋଟିସ୍ ବି ଜାରି କରାଯାଇନାହିଁ। ଏଭଳି ବହିଷ୍କାର ନିଷ୍ପତ୍ତି ନିନ୍ଦନୀୟ ବୋଲି କହିଛନ୍ତି ଜୟନାରାୟଣ । ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବୁ ବୋଲି ସେ କହିଛନ୍ତି । ଏଭଳି କରି ବିଧାୟକଙ୍କ ମତକୁ ଚାପିବାକୁ ପ୍ରୟାସ କରାଯାଉଥିବା କହିଛନ୍ତି ଜୟନାରାୟଣ।

 ‘ସମ୍ପାଦକୀୟ’ ମାଧ୍ୟମରେ ୫-ଟି ସଚିବଙ୍କୁ ପ୍ରଶ୍ନ କରିବାରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡି  ଦ୍ବିତୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଗତ ସପ୍ତାହରେ ଦଳର ଉପସଭାପତି ପଦରୁ ବିଦା କଲା ପରେ  ବିଜେଡିରୁ ତାଙ୍କୁ ବହିଷ୍କାର କରାଯାଇଛି। ନିଜେ ଦଳର ସଭାପତି ନବୀନ ପଟ୍ଟନାୟକ ନବୀନ ନିବାସରେ ଗଣମାଧ୍ୟମ ସାମ୍ନାରେ ଏହି ଘୋଷଣା କରିଛନ୍ତି।