ବିରୋଧୀଙ୍କ ମୁହଁରେ ବିଜେଡିର ପ୍ରଂଶସା

Oct 18, 2023 - 08:52
 5
ବିରୋଧୀଙ୍କ ମୁହଁରେ ବିଜେଡିର ପ୍ରଂଶସା

ଭୁବନେଶ୍ୱର:  ବିରୋଧୀଙ୍କ ମୁହଁରେ ବିଜେଡିର ପ୍ରଂଶସା । ଭରା ସଭାରେ ବିଜେପି ବିଧାୟକ ଭାସ୍କର ମଢେଇ ରାଜ୍ୟ ସରକାର ଓ ବିଭିନ୍ନ ଯୋଜନାର ପ୍ରଂଶସା କରିଛନ୍ତି । ମୟୁରଭଂଜ ଜିଲ୍ଲା ଉଦଳା ହାଇସ୍କୁଲ ପଡିଆରେ ମୋ ଓଡିଶା ନବୀନ ଓଡିଶା କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ସହ ଉଦଳାର ବିଜେପି ବିଧାୟକ ଭାସ୍କର ମଢେଇ ସାମିଲ ହୋଇଥିଲେ । ଆଉ ଏଥିରେ ସେ ଉଦଳା ଅଂଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଂଶସା କରିଥିଲେ । ଉଦଳାର ଶିକ୍ଷା, ସ୍ୱାସ୍ଥ୍ୟ ସହିତ ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଗୁଣଗାନ କରିଥିଲେ । ଜଣେ ବିଜେପି ବିଧାୟକଙ୍କ ଏଭଳି ପ୍ରଂଶସା ଉଦଳାର ରାଜନୈତିକ ପାଣିପାଗକୁ ସରଗରମ କରିଛି ।