ଏଣିକି ପ୍ରତ୍ୟେକ ଏକ୍ସ ୟୁଜର୍ସଙ୍କୁ ଦେବାକୁ ହେବ ଟଙ୍କା

Oct 18, 2023 - 09:01
 5
ଏଣିକି ପ୍ରତ୍ୟେକ ଏକ୍ସ ୟୁଜର୍ସଙ୍କୁ ଦେବାକୁ ହେବ ଟଙ୍କା

ନୂଆଦିଲ୍ଲୀ: ଆପଣ ମଧ୍ୟ ଏକ୍ସର ବ୍ୟବହାର କରୁଛନ୍ତି କି? ଏଣିକି ଦେୟ ନଦେଲେ ଖୋଲିବନି ଆକାଉଣ୍ଟ । ବ୍ୟବହାରକାରୀ ବା ୟୁଜର୍ସଙ୍କୁ ଦେବାକୁ ପଡ଼ିବ ଟଙ୍କା। ଏକ୍ସ ୟୁଜର୍ସଙ୍କୁ ବାର୍ଷିକ ୧ ଡଲାରର ସବସ୍କ୍ରିପସନ୍ ରାଶି ଦେବାକୁ ପଡ଼ିବ। ଏନେଇ ଘୋଷଣା କରିଲେ ଆରବପତି ଏଲନ୍‌ ମସ୍କ । ତେବେ ଯେଉଁମାନେ ବାର୍ଷିକ ଦେୟ ପ୍ରଦାନ କରିବେ ନାହିଁ ସେମାନେ ଏଣିକି ଏକ୍ସର ବ୍ୟବହାର କରିପାରିବେ ନାହିଁ । ତେବେ ଏନେଇ ସାଧାରଣ ୟୁଜର୍ସମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏଲନ ମସ୍କ ଏହା ୟୁଜର୍ସଙ୍କ ଏବଂ ପ୍ଲାଟଫର୍ମ ପାଇଁ ଲାଭଦାୟୀ ବୋଲି କହିଛନ୍ତି । ଏହା ଦ୍ବାରା ନକଲି ୟୁଜର୍ସଙ୍କ ସଂଖ୍ୟା କମ ହୋଇପାରିବ ବୋଲି କହିଛନ୍ତି ମସ୍କ ।ଗତବର୍ଷ ଏକ୍ସକୁ କିଣିଥିଲେ ଏଲନ ମସ୍କ । ସେବେଠାରୁ ମସ୍କ୍‌ ୧୩ ବିଲିୟନ ଡ଼ଲାର ଋଣରେ ଥିବା ଏକ୍ସ ପ୍ଲାଟଫର୍ମକୁ ପୁନର୍ଜୀବିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ଏଲନ୍‌ ମସ୍କ । ଅଧିଗ୍ରହଣ ପରଠାରୁ ଏଲୋନ୍ ମସ୍କଙ୍କୁ ଏକ୍ସ ପାଇଁ ବାର୍ଷିକ ପ୍ରାୟ ୧.୨ ବିଲିୟନ ସୁଧ ଦେବାକୁ ପଡୁଥିବା ନେଇ ଏକ ମିଡିଆ ରିପୋର୍ଟରେ ଦର୍ଶାଯାଇଛି ।
ଏଭଳି ପରିସ୍ଥିତିରେ ପ୍ଲାଟଫର୍ମର ନୂଆ ଆୟ ଉତ୍ସ ଖୋଜିବା ପାଇଁ ଏକ୍ସରେ ପ୍ରିମିୟମ୍ ସେବା ଆରମ୍ଭ ହୋଇଥିଲା । ଯେଉଁଥି ପାଇଁ ଉପଭୋକ୍ତାମାନଙ୍କୁ ମାସକୁ ୭.୯୯ ଡଲାର୍ ଦେବାକୁ ପଡ଼ିବ । ଏଭଳି ପରିସ୍ଥିତିରେ ଏକ୍ସରେ ନୋଟ୍‌ ଏ ବଟ୍ ଫିଚର ଲାଗୁ କରିବା ଦ୍ବାରା ରେଭେନ୍ୟୁ ବଢ଼ିବ ବୋଲି ଅନୁମାନ କରାଯାଉଛି ।