ଆମ୍ରି ହସ୍ପିଟାଲରୁ ଆଣ୍ଠୁ ଅସ୍ତ୍ରୋପଚାର ପ୍ରକ୍ରିୟାର ଲାଇଭ୍ ପ୍ରଦର୍ଶନ

Dec 27, 2023 - 03:31
Dec 27, 2023 - 03:32
 19
ଆମ୍ରି ହସ୍ପିଟାଲରୁ ଆଣ୍ଠୁ ଅସ୍ତ୍ରୋପଚାର ପ୍ରକ୍ରିୟାର ଲାଇଭ୍ ପ୍ରଦର୍ଶନ

ନବୀନ ଓଡିଶା ବ୍ଯୂର,ଭୁବନେଶ୍ବର,୨୧/୧୨/୨୩: ଆସନ୍ତା ଡିସେମ୍ବର ୨୩ ତାରିଖରେ ଭାରତର ବିଶିଷ୍ଟ ରୋବୋଟିକ୍ସ ସର୍ଜନ ଡାକ୍ତର ନରେନ୍ଦ୍ର ବୈଦ୍ୟଙ୍କ ଦ୍ୱାରା ଆମ୍ରି ହସ୍ପିଟାଲରେ ରୋବୋଟିକ୍ସ ସହାୟତାରେ ଆଣ୍ଠୁ ଅସ୍ତ୍ରୋପଚାର ପ୍ରକ୍ରିୟାର ଲାଇଭ୍ ପ୍ରଦର୍ଶନ କରାଯାଇଛି। ସେ ରୋଗୀଙ୍କୁ ଯେଉଁ ସମବେଦନାର ସହ ଚିକିତ୍ସା କରନ୍ତି ତାହା ଯେକୌଣସି ଔଷଧ ଅପେକ୍ଷା ଅଧିକ ଫଳପ୍ରଦ ଅଟେ। ସେ ଓଡ଼ିଶାର ଜଣେ ଜଣାଶୁଣା ସର୍ଜନ। ଏହି କ୍ଷେତ୍ରର ଅଗ୍ରଣୀ ବିଶେଷଜ୍ଞମାନଙ୍କ ସହିତ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲରେ ଇଣ୍ଟରଆକ୍ଟିଭ୍ ଅଧିବେଶନ ହୋଇଯାଇଛି। ଏହି ପାଠ୍ୟକ୍ରମ ସଂଯୋଜକ ଡ. ସୁନୀଲ ଦାଶଙ୍କ ସଂଯୋଜନାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଦାଶଙ୍କ ଦ୍ୱାରା ୨୦୦ରୁ ଅଧିକ ଗଣ୍ଠି ପ୍ରତିସ୍ଥାପନ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ହୋଇଛି।

ଅସ୍ତ୍ରୋପଚାର ପଦ୍ଧତିରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ପ୍ରଥମ ରୋବୋଟିକ୍ସ ଆଣ୍ଠୁ ପ୍ରତିସ୍ଥାପନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଅତ୍ୟାଧୁନିକ ରୋବୋଟିକ୍ସ ସହାୟତା କୌଶଳ ଉପରେ ଆଲୋକପାତ କରାଯିବା ସହ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏକ ଅନନ୍ୟ ଶିକ୍ଷଣ ପ୍ଲାଟଫର୍ମ ଉପଲବ୍ଧ ହେବ।

ରୋବୋଟିକ୍ସ ଆଣ୍ଠୁ ପ୍ରତିସ୍ଥାପନରେ ସଦ୍ୟତମ ଅଗ୍ରଗତି ଉପରେ ଆଲୋଚନା ହୋଇଛି। ରୋବୋଟିକ୍ସ ଓ ଅର୍ଥୋପେଡିକ୍ ସର୍ଜରୀର ସଂଯୋଗକୁ ଅନୁସନ୍ଧାନ କରିବା ପାଇଁ ବିଶେଷଜ୍ଞ, ଚିକିତ୍ସକ ଏବଂ ଉତ୍ସାହୀମାନଙ୍କୁ ଏକାଠି କରି ଏହି କର୍ମଶାଳା ଭୁବନେଶ୍ୱରର ଚିକିତ୍ସା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଅଟେ। ଅଂଶଗ୍ରହଣକାରୀମାନେ ଅର୍ଥୋପେଡିକ୍ ଅସ୍ତ୍ରୋପଚାରର ଭବିଷ୍ୟତ ବିଷୟରେ ବୁଝିପାରିବେ, ଚିକିତ୍ସା ଅଭ୍ୟାସରେ ଅଭିନବତା ଏବଂ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବେ।