ସ୍ୱର୍ଗତ ଡମ୍ବରୁ ଧରଙ୍କ "ସ୍ମୃତିରେ ପୁସ୍ତକ ଉନ୍ମୋଚିତ
Late - Damburdhara -memory-Book

ନବୀନ ଓଡିଶା ବ୍ଯୂର-ଭୁବନେଶ୍ବର: ସ୍ୱର୍ଗତ ଡମ୍ବରୁଧର ପରିଡାଙ୍କ ସ୍ମୃତିରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ‘ମଳାଗୁଣୀ (ଡମ୍ବରୁଧର : ଚିନ୍ତା ଓ ଚେତନାରେ ପ୍ରକୃତି ଓ ପରିବେଶ) ନାମକ ଏକ ପୁସ୍ତକର ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକରେ ଡମ୍ବରୁଧର ପରିଡାଙ୍କ ଦ୍ୱାରା ଲିଖିତ କୃତି, ଉଭୟ କବିତା ଓ ପ୍ରବନ୍ଧକୁ ସ୍ଥାନିତ କରାଯାଇଛି। ଏହି ପୁସ୍ତକଟିକୁ ‘ୱାଇଲ୍ଡ ଓଡିଶା’ ଓ ‘ନବରତ୍ନ ସାହିତ୍ୟ ସଂସଦ’ ଦୁଇ ସଂସ୍ଥାଙ୍କ ଦ୍ୱାରା ପ୍ରକାଶିତ କରାଯାଇଅଛି ।
ଏହି କାର୍ଯ୍ୟକ୍ରମରେ ପ୍ରଫେସର (ଡ:) ସଞ୍ଜୟ କୁମାର ନାୟକ, ରେଭେନ୍ସା ବିଶ୍ୱବିଦ୍ୟାଳୟର ସମ୍ମାନନୀୟ କୁଳପତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ୱର୍ଗତ ଡମ୍ବରୁଧରଙ୍କ କୃତିତ୍ୱ, ଶାଣିତ ଲେଖନୀ ଚାଳନାକୁ ପ୍ରଶଂସା କରିବା ସହିତ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ ବୋଲି କହିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶକୁନ୍ତଳା ବଳିଆର ସିଂହ, ଶିବସୁନ୍ଦର ପଟ୍ଟନାୟକ, ଡ. ଦିବାକର ମାନସିଂହ, ଡ. ଆରତି କର, ଶ୍ରୀମତୀ ବିମଳା ସିଂହ ପ୍ରମୁଖ ଉପସ୍ଥିତ ଥିଲେ।