ବିଜେଡିରୁ ଅଫର ଅଛି: ମନ୍ମଥ

Oct 19, 2023 - 06:00
 3
ବିଜେଡିରୁ ଅଫର ଅଛି: ମନ୍ମଥ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ କ୍ୟାପଟେନ ମନ୍ମଥ ରାଉତରାୟ । ସୁରଙ୍କ ସାନ ପୁଅ ମନ୍ମଥ ଜଟଣୀ ନିର୍ବାଚନମଣ୍ଡଳୀରୁ ଲଢିବେ ବୋଲି ସେ ନିଜେ ସ୍ପଷ୍ଟ କରିଛନ୍ତି । ତେବେ ସେ ବାପା ସୁରଙ୍କ କହିବା ଅନୁଯାୟୀ କିନ୍ତୁ କଂଗ୍ରେସ ଟିକେଟରୁ ଲଢିବେନି ବୋଲି କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଯେ ବିଜେଡିରୁ ତାଙ୍କୁ ଅଫର ଥିବା ସେ କହିଛନ୍ତି ।

ସେ କହିଛନ୍ତି ଯେ ବିଜୁ ଜନତା ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା ହୋଇଛି । ବିଜେଡିରୁ ଅଫର ଅଛି । ବାପାଙ୍କ ନିଦେ୍ର୍ଧଶ କ୍ରମେ ଜଟଣୀ ପାଇଁ କାମ କରୁଛି । ଚାକିରିରୁ ଇସ୍ତଫା ଦେଇ ସାରିଛି । କେବଳ କ୍ଲିୟରାନ୍ସକୁ ଅପେକ୍ଷା କରିଛି । ଅକ୍ଟୋବର ଶେଷ ସୁଦ୍ଧା କ୍ଲିୟରାନ୍ସ ମିଳିବ ବୋଲି ଆଶା ରହିଥିବା ମନ୍ମଥ କହିଛନ୍ତି । ତେବେ ଜଟଣୀରୁ କେଉଁ ଦଳରୁ ଲଢିବି ତାହା ନଭେମ୍ବର ଆରମ୍ଭରେ ସେ ସ୍ପଷ୍ଟ କରିବେ ବୋଲି କହିଛନ୍ତି ।