‘ଇନ୍ଦୋରରେ ବିନା ହେଲମେଟରେ ଜୋମାଟୋ ବ୍ୟାଗ ଧରି ଯାଉଥିବା ଯୁବତୀ ଆମ ସହିତ ଆଦୌ ଜଡ଼ିତ ନୁହନ୍ତି :ସିଇଓ ଦିପିନ୍ଦର ଗୋଏଲ

Oct 19, 2023 - 02:22
 5
‘ଇନ୍ଦୋରରେ ବିନା ହେଲମେଟରେ ଜୋମାଟୋ ବ୍ୟାଗ ଧରି ଯାଉଥିବା ଯୁବତୀ ଆମ ସହିତ ଆଦୌ ଜଡ଼ିତ ନୁହନ୍ତି :ସିଇଓ ଦିପିନ୍ଦର ଗୋଏଲ

ନୂଆଦିଲ୍ଲୀ: ନିକଟରେ ଏକ୍ସ(ଟୁଇଟର)ରେ ଏକ ଭିଡିଓ ପୋଷ୍ଟ ହୋଇଛି। ଏହି ଭିଡିଓରେ ଜଣେ ଯୁବତୀଙ୍କୁ ଜୋମାଟୋ ବ୍ୟାଗ ଧରି ବିନା ହେଲମେଟରେ ବାଇକରେ ବସି ଯାଉଥିବା ଦେଖିବାକୁ ମିଳୁଛି।

ଅକ୍ଟୋବର ୧୬ରେ ଏକ୍ସରେ ପୋଷ୍ଟ ହୋଇଥିବା ଏହି ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଯାଇଛି। ତେବେ ଏହି ଭିଡିଓକୁ ଇନ୍ଦୋରର ବିଜୟ ନଗରରେ ସୁଟ କରାଯାଇଥିବା ଜଣାପଡ଼ିଛି।

ତେବେ ମହିଳା ଜଣକ ଏଭଳି ଭାବେ ବିନା ହେଲମେଟରେ ରାସ୍ତାରେ ଫୁଡ଼ଡେଲିଭରି ବ୍ୟାଗ ଧରି ଯାଉଥିବା ଦୃଶ୍ୟକୁ ଦେଖି ଅନ୍ୟ ଯାତ୍ରୀମାନେ ଚକିତ ହୋଇଯାଇଥିଲେ। ଯୁବତୀଙ୍କୁ କିଛି ପଚାରିଲେ ସେ କହୁଥିଲେ, ‘ମୁଁ ଜୋମାଟୋ ଡେଲିଭରି ଗାର୍ଲ’।

ଭିଡିଓ ସେୟାର କରିଥିବା ଏକ୍ସ ବ୍ୟବହାରକାରୀ ଲେଖିଛନ୍ତି, ‘ଇନ୍ଦୋର #ଜୋମାଟୋ ମାର୍କେଟିଂ ମୁଖ୍ୟଙ୍କ ପାଖରେ ଏହି ଆଇଡିଆ ଥିଲା। ସେ ସକାଳ ଓ ସନ୍ଧ୍ୟାରେ ଏକଏକ ଘଣ୍ଟା ପାଇଁ ଖାଲିଥିବା ‌ଜୋମାଟୋ ବ୍ୟାଗ ସହିତ  ଗାଡ଼ି ଚଲାଇବା ପାଇଁ ଜ‌ଣେ ଯୁବତୀଙ୍କୁ ରଖିଥିଲେ। ଜୋମାଟୋ ଦ୍ରୁତ ଗତି‌ରେ ଆଗକୁ ବଢ଼ୁଛି..।’

ଯୁବତୀଙ୍କ ଏଭଳି ଭିଡିଓକୁ ନେଇ ଜୋମାଟୋର ସିଇଓ ଦିପିନ୍ଦର ଗୋଏଲଙ୍କ ପକ୍ଷରୁ ପ୍ରକାଶ, ‘ଭିଡିଓରେ ଦେଖିବାକୁ ମିଳୁଥିବା ଯୁବତୀ ଜଣକ ଫୁଡ ଡେଲିଭରି ପ୍ଲାର୍ଟଫର୍ମ ସହିତ ଆଦୌ ଜଡ଼ିତ ନୁହନ୍ତି। ଯୁବତୀଙ୍କ ସହିତ ଆମର କୌଣସି ନେବାଦେବା ନାହିଁ। ଆମ ପାଖରେ ଇନ୍ଦୋର ମାର୍କେଟିଂ ହେଡ ଭାବେ କୌଣସି ପୋଷ୍ଟ ନାହିଁ। ଏଥିସହିତ ଆମର କୌଣସି ଚାଳକ ହେଲମିଟ ବିନା ଫୁଡ଼ ନିଅନ୍ତି ନାହିଁ। ପ୍ରତ୍ୟେକ ଡେଲିଭରି କର୍ମଚାରୀଙ୍କୁ ହେଲମେଟ ଅନିବାର୍ଯ୍ୟ ରହିଛି।

ଆମକୁ ସନ୍ଦେହ ହେଉଛି କି କୌଣସି କମ୍ପାନି ଆମ କମ୍ପାନିର ସମ୍ମାନକୁ ଆଞ୍ଚ ପହଁଞ୍ଚାଇବା ପାଇଁ ଏପରି କରିଛନ୍ତି। ମହିଳାଙ୍କ ଦ୍ବାରା ଫୁଡଡେଲିଭରି କରିବାରେ କୌଣସି ଅସୁବିଧା ନାହିଁ। ଆମ ପାଖରେ ଶହଶହ ଡେଲିଭରି ମହିଳା ଅଛନ୍ତି।’