ସାହିତ୍ୟରେ ଘୋଷଣା ହେଲା ନୋବେଲ

ନୂଆଦିଲ୍ଲୀ: ୨୦୨୩ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ନରୱେ ଲେଖକ ଜନ୍ ଫସେଙ୍କୁ ତାଙ୍କ ନାଟକ ଏବଂ ଗଦ୍ୟ ପାଇଁ ପ୍ରଦାନ କରାଯାଇଛି । ଏହି ବର୍ଷର ସାହିତ୍ୟ ପୁରସ୍କାର ବିଜେତା ଜନ୍ ଫୋସେ 'ଫୋସ୍ ମିନିମାଲିଜିମ୍' ନାମରେ ଏକ ଶୈଳୀରେ ଉପନ୍ୟାସ ଲେଖନ୍ତି । ଏହା ତାଙ୍କର ଦ୍ୱିତୀୟ ଉପନ୍ୟାସ 'ଷ୍ଟାଙ୍ଗେଡ୍ ଗିଟାର୍' (୧୯୮୫) ରେ ଦେଖିବାକୁ ମିଳେ ।
୨୦୨୨ ବର୍ଷ ପାଇଁ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଫରାସୀ ଲେଖକ ଆନି ଏର୍ନାକ୍ସଙ୍କୁ ଦିଆଯାଇଥିଲା । ଆନି ୧ ସେପ୍ଟେମ୍ବର ୧୯୪୦ ରେ ଜନ୍ମଗ୍ରହଣ କରିଥିଲେ ସେ ଜଣେ ଫରାସୀ ଲେଖକ ତଥା ସାହିତ୍ୟ ପ୍ରଫେସର । ତାଙ୍କର ସାହିତ୍ୟିକ କାର୍ଯ୍ୟ ପ୍ରାୟତ ଆତ୍ମଜୀବନୀ ଏବଂ ସମାଜବିଜ୍ଞାନ ଉପରେ ଆଧାରିତ ।