୪ର୍ଥ ଥର ପାଇଁ ରିଜର୍ଭ ବ୍ୟାଙ୍କ୍‌ର ‘ରେପୋ’ ରେଟ୍‌ ୬.୫%ରେ ଅପରିବର୍ତ୍ତିତ

Oct 6, 2023 - 05:35
 7
୪ର୍ଥ ଥର ପାଇଁ  ରିଜର୍ଭ ବ୍ୟାଙ୍କ୍‌ର ‘ରେପୋ’ ରେଟ୍‌ ୬.୫%ରେ ଅପରିବର୍ତ୍ତିତ

ମୁମ୍ବାଇ: କ୍ରମାଗତ ୪ର୍ଥ ଥର ପାଇଁ ‘ରେପୋ’ ରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିଥିବା କଥା ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଘୋଷଣା କରିଛି। ରିଜର୍ଭ ବ୍ୟାଙ୍କ୍‌ର ‘ମନିଟାରି ପଲିସି କମିଟି’ (ଏମ୍‌ପିସି) ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି।

ଏଥିରୁ ଜଣାପଡୁଛି ଯେ, ଋଣ ଉପରେ ପଡୁଥିବା ସୁଧ ହାର ମଧ୍ୟ ଅପରିବର୍ତ୍ତିତ ରହିବ।

ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଆହୁରି ମଧ୍ୟ କହିଛନ୍ତି, ସାମଗ୍ରିକ ମୁଦ୍ରାସ୍ଫୀତି ଅନିଶ୍ଚିତତା ମଧ୍ୟରେ ଗତି କରୁଥିଲେ ବି ବ୍ୟାଙ୍କ୍‌ ବ୍ୟବସ୍ଥା ସୁଦୃଢ଼ ରହିଛି।