ଯଦି ଆଜି ନିର୍ବାଚନ ହୁଏ ତେବେ ଏନଡିଏର ସିଟ୍ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇପାରେ: ସର୍ଭେ

Aug 25, 2023 - 09:21
 1
ଯଦି ଆଜି ନିର୍ବାଚନ ହୁଏ ତେବେ ଏନଡିଏର ସିଟ୍ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇପାରେ: ସର୍ଭେ

ନୂଆଦିଲ୍ଲୀ:  ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ଦ ନେସନର ସର୍ଭେ ଅନୁଯାୟୀ, ଯଦି ଆଜି ନିର୍ବାଚନ ହୁଏ ତେବେ ଏନଡିଏର ସିଟ୍ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇପାରେ । କିନ୍ତୁ ଫାଇଦାରେ ରହିବ ବିରୋଧୀ ମେଣ୍ଟ ଇଣ୍ଡିଆ ।

ଗତ ଜୁଲାଇ ୧୫ରୁ ଅଗଷ୍ଟ ୧୪ ମଧ୍ୟରେ ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ଦ ନେଶନ ସର୍ଭେ କରାଯାଇଥିଲା । ୨୫ ହଜାରରୁ ଅଧିକ ଲୋକଙ୍କୁ ନେଇ ଏହି ସର୍ଭେ ହୋଇଥିଲା । ଯେଉଁଥିରେ ଏବେ ନିର୍ବାଚନ ହେଲେ ଇଣ୍ଡିଆ ମେଣ୍ଟ ଓ ଏନଡିଏ ମଧ୍ୟରେ ଭୋଟ ପ୍ରତିଶତ ବ୍ୟବଧାନ ମାତ୍ର ୨ ପ୍ରତିଶତ ରହିବ । ସର୍ଭେ ଅନୁଯାୟୀ, ଏନଡିଏକୁ ୪୩ ପ୍ରତିଶତ ଓ ଇଣ୍ଡିଆ ମେଣ୍ଟକୁ ୪୧ ପ୍ରତିଶତ ଭୋଟ ମିଳିବ ।
ଇଣ୍ଡିଆ ଟୁଡେ ପକ୍ଷରୁ ହୋଇଥିବା ସର୍ଭେରେ ଏନଡିଏ ଗଠବନ୍ଧନ ୫୧ଟି ସିଟ୍ ହରାଇବ । ଗତ ନିର୍ବାଚନ ଅପେକ୍ଷା ଏବେ ନିର୍ବାଚନ ହେଲେ ୩୦୬ଟି ଆସନ ପାଇବ ଏନଡିଏ ମେଣ୍ଟ । ସେହିଭଳି ଇଣ୍ଡିଆ ମେଣ୍ଟର ଆସନ ସଂଖ୍ୟା ବୃଦ୍ଧି ପାଇବ । ଏବେ ନିର୍ବାଚନ ହେଲେ ଇଣ୍ଡିଆ ଗଠବନ୍ଧନକୁ ୧୯୩ଟି ଆସନ ମିଳିପାରେ । ସେହିଭଳି ଅନ୍ୟ ଦଳକୁ ମାତ୍ର ୪୪ଟି ଆସନ ମିଳିପାରେ ।

ଗତ ୨୦୧୯ ନିର୍ବାଚନରେ ଏନଡିଏକୁ ୩୫୭ଟି ସିଟ୍ ମିଳିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ୯୧ଟି ସିଟ୍ ମିଳିଥିଲା । ତେଣୁ ସର୍ଭେ ଅନୁଯାୟୀ ଯଦି ଫଳାଫଳ ଆସେ ତେବେ ଏନଡିଏ ୫୧ଟି ସିଟ୍ ହରାଇପାରେ । ଅନ୍ୟପଟେ କଂଗ୍ରେସ ଓ ଏହାର ସହଯୋଗୀ ଦଳର ମେଣ୍ଟ ର ଆସନ ସଂଖ୍ୟା ଦୁଇଗୁଣା ବୃଦ୍ଧି ପାଇପାରେ ।