୨୯ରେ ଆସିବ ଇଥାନଲ୍‌ ଚାଳିତ କାର୍

Aug 25, 2023 - 09:19
 2
୨୯ରେ ଆସିବ  ଇଥାନଲ୍‌ ଚାଳିତ କାର୍

ନୂଆଦିଲ୍ଲୀ: ଚଳିତ ମାସ ୨୯ରେ ଆସିବ ଦେଶର ୧୦୦% ଇଥାନଲ୍‌ ଚାଳିତ କାର୍। ସେଥିରେ ଇନ୍ଧନ ଭାବେ ଇଥାନଲ୍‌କୁ ବ୍ୟବହାର କରାଯିବ। ଟୟୋଟା ଏହି ଗାଡ଼ି ବିକାଶ କରିଥିବା କୁହାଯାଉଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଗାଡ଼ିକୁ ଉନ୍ମୋଚନ କରିବେ। ଏହା ହେଉଛି ବିଶ୍ବର ପ୍ରଥମ ବିଏସ୍‌-୬ ଫେଜ୍-୨ ଇଲେକ୍ଟ୍ରିଫାଏଡ୍‌ ଫ୍ଲେକ୍ସ ଫୁଏଲ୍‌ କାର୍।

ଅଗଷ୍ଟ ୨୯ରେ ଫ୍ଲେକ୍ସ ଫୁଏଲ୍‌ ଟୟୋଟା କାର୍ ଉନ୍ମୋଚନ ହେବ ବୋଲି ପୂର୍ବରୁ ଗଡ଼କରୀ ସୂଚନା ଦେଇଥିଲେ। ଦେଶରେ ପେଟ୍ରୋଲ୍‌ ଦାମ୍ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଥିବା ବେଳେ ଇଥାନଲ୍‌ ଲିଟର ମୂଲ୍ୟ ୬୦ ଟଙ୍କା ରହିଛି। ଏକ ଲିଟର ଇଥାନଲ୍‌ରେ ଗାଡ଼ି ୧୫-୨୦ କିଲୋମିଟର ଚାଲିବ।