+୨ ନାମଲେଖା: ଆଜିଠୁ ତୃତୀୟ ପର୍ୟ୍ୟାୟ ପାଇଁ ଆବେଦନ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ସିଟ୍ରେ ତୃତୀୟ ପର୍ୟ୍ୟାୟ +୨ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତୃତୀୟ ପର୍ୟ୍ୟାୟ ନାମଲେଖା ପାଇଁ ଛାତ୍ରଛାତ୍ରୀ ଅକ୍ଟୋବର ୪ରୁ ଆବେଦନ କରିବାକୁ ଥିବା ବେଳେ ୮ତାରିଖ ଆବେଦନର ଶେଷ ତାରିଖ ରହିଛି।
୧୧ ତାରିଖରେ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୧୩ ଓ ୧୪ ତାରିଖରେ ଶିକ୍ଷାନୁଷ୍ଠାନ ସ୍ତରରେ ପିଲାଙ୍କ ନାମଲେଖା ଅନୁଷ୍ଠିତ ହେବ। ଅକ୍ଟୋବର ୧୭ରେ ୱେଟିଂ ତାଲିକାରେ ଥିବା ପିଲାଙ୍କ ନାମଲେଖା ପାଇଁ ପଞ୍ଜୀକରଣ କରାଯିବାକୁ ଥିବା ବେଳେ ୧୯ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ। ସୂଚନା ଥାଉକି ବିଗତ ଦୁଇ ପର୍ୟ୍ୟାୟରେ ୪ଲକ୍ଷ ୧୧ ହଜାର ୮୨୬ଜଣ ଛାତ୍ରଛାତ୍ରୀ ନାମଲେଖାଇଛନ୍ତି। ବିଭିନ୍ନ +୨ କଲେଜରେ ୫,୨୦,୯୨୦ ସିଟ୍ ଉପଲବ୍ଧ ଥିବାବେଳେ ପ୍ରାୟ ୧ଲକ୍ଷ ୧୦ ହଜାର ସିଟ୍ ବଳକା ରହିଛି।