ହାତୀ ଆକ୍ରମଣ: ଜଣେ ମୃତ

Sep 24, 2023 - 08:37
 4
ହାତୀ ଆକ୍ରମଣ: ଜଣେ ମୃତ

ସୁନ୍ଦରଗଡ଼: ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର ଟାଙ୍ଗର ଗାଁରେ।

ମୃତ ବୃଦ୍ଧଙ୍କ ନାଁ ଆଲାର କୁଲ୍ଲୁ। ସେହିପରି ଗୁରୁତର ଆହତ ମହିଳାଙ୍କ ନାଁ ସାଲମି ଗିଦ୍ଧି। ଆଲାର କୁଲ୍ଲୁ ତାଙ୍କ ଘରେ ଶୋଇଥିଲେ। ସେହି ସମୟରେ ହାତୀ ଆସି ତାଙ୍କ ଘର ଭାଙ୍ଗିଥିଲା। ହାତୀକୁ ଦେଖି ଆଲାର ଘରୁ ଦୌଡ଼ି ପଳାଉଥିଲେ। ହେଲେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ କଚାଡ଼ି ମାରି ଦେଇଥିଲା।